ରାୟଗଡ଼ାରେ ଭାଜପାର ଶକ୍ତି ପ୍ରଦର୍ଶନ, ବିଜେଡି-କଂଗ୍ରେସ ଛାଡ଼ି ଦଳରେ ମିଶିଲେ ବହୁ କର୍ମୀ!

Nov 05, 2026 - 18:54
ରାୟଗଡ଼ାରେ ଭାଜପାର ଶକ୍ତି ପ୍ରଦର୍ଶନ, ବିଜେଡି-କଂଗ୍ରେସ ଛାଡ଼ି ଦଳରେ ମିଶିଲେ ବହୁ କର୍ମୀ!

କଲ୍ୟାଣସିଂହପୁର,୫।୧୧(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ମଣ୍ଡଳ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସୁନାଖଣ୍ଡି ପଞ୍ଚାୟତର ବାବୁନଗୁଡ଼ା ଗ୍ରାମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଝୀଗୁଡ଼ା ଓ ପଲମା ଅଞ୍ଚଳର ବହୁ ସଂଖ୍ୟକ ବିଜେଡି ଏବଂ କଂଗ୍ରେସ କର୍ମୀ ନିଜ ଦଳ ଛାଡ଼ି ଆନୁଷ୍ଠାନିକ ଭାବେ ଭାଜପାରେ ଯୋଗ ଦେଇଛନ୍ତି।

ମାଝୀଗୁଡ଼ା ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ନେତୃତ୍ୱ ତଥା ମଣ୍ଡଳର ବରିଷ୍ଠ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଦଳରେ ସାମିଲ ହୋଇଥିବା ନୂତନ କର୍ମୀମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ନୀତି ତଥା ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାରେ ଅନୁପ୍ରାଣିତ ହୋଇ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି କର୍ମୀମାନେ ଭାଜପାରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଏହି ମିଶ୍ରଣ ଦ୍ୱାରା ଅଞ୍ଚଳରେ ଭାଜପା ସଂଗଠନ ଆହୁରି ମଜଭୁତ ହେବ ବୋଲି ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।