ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

Sep 23, 2026 - 17:17
ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଖରିଦମୁଖୁରା ଗ୍ରାମର ଗଜେନ୍ଦ୍ର ସିଂ (୬୫) ଏବଂ ଆହତ ପୁଅ ହେଲେ ସିପୁନ ସିଂ (୮)।
ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା। ଗତ ମଙ୍ଗଳବାର ରାତିରେ ବାପ-ପୁଅ ଘରେ ଶୋଇଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପୁଅ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ପୁଅକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ଏ ନେଇ ରେମୁଣା ଥାନାରେ ଅପମୃତ୍ୟୁ ମାମଲା (ନଂ- ୨୩/୨୬) ରୁଜୁ ହୋଇଛି । ପୋଲିସ ଶବ ଜବତ କରି ଜିଲା ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରୋ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।