ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ
ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।
ବୁଧବାର ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ଝରକା ଗ୍ରୀଲ କଟାଯାଇଥିବା ଦେଖି ବସ୍ତା ଥାନା ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ବସ୍ତା ଏସ୍ଡିପିଓ ସମର୍ଥ ବେହେରା ଓ ଆଇଆଇସି ରଣଜିତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ ହୋଇଛି, ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅନ୍ୟପକ୍ଷରେ, ରାତିରେ ବର୍ଷା ହେଉଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ବ୍ୟାଙ୍କରେ ପଶି ଲୁଟ କରି ଚମ୍ପଟ ମାରିଥିବା ଜଣାପଡ଼ିଛି।
ପୂର୍ବରୁ ମଧ୍ୟ ଏହି ବ୍ୟାଙ୍କରୁ ବାରମ୍ବାର ଲୁଟ ହୋଇଥିବା ଜଣାପଡ଼ିଛି। ଘଟଣାର ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ପକ୍ଷରୁ ଛାନ୍ଭିନ୍ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।