ଶନିଙ୍କ ବକ୍ରୀ ଚଳନରେ ୩ ରାଶିଙ୍କ ପାଇଁ ବଢ଼ିପାରେ ସମସ୍ୟା, କର୍ମକ୍ଷେତ୍ରରେ ସମସ୍ୟା ସହ ଚାକିରି…
ବର୍ତ୍ତମାନ ଶନି ଗ୍ରହ ବକ୍ରୀ ଅବସ୍ଥାରେ ମୀନ ରାଶିରେ ରହିଛନ୍ତି। ଜ୍ୟୋତିଷ ମତ ଅନୁସାରେ, ଶନିଙ୍କ ଏହି ସ୍ଥିତି କିଛି ରାଶି ପାଇଁ ଚ୍ୟାଲେଞ୍ଜ ଆଣିପାରେ। ଶନିଙ୍କୁ କର୍ମଫଳଦାତା ଓ ନ୍ୟାୟାଧୀଶ ଭାବେ ଗଣନା କରାଯାଏ। ତେଣୁ ମଣିଷର କର୍ମ ଅନୁସାରେ ଶୁଭାଶୁଭ ଫଳ ମିଳିବାର ବିଶ୍ୱାସ ରହିଛି ।
ଜ୍ୟୋତିଷବିଦ୍ଙ୍କ ମତରେ ସେପ୍ଟେମ୍ବରରେ ମିଥୁନ, ସିଂହ ଓ କନ୍ୟା ରାଶି ଉପରେ ଶନିଙ୍କ ପ୍ରଭାବ ଅଧିକ ରହିପାରେ। ଏହି ସମୟରେ ଏହି ରାଶିର ଲୋକଙ୍କୁ ଧୈର୍ଯ୍ୟ ରଖିବା ସହ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।
ମିଥୁନ- ମିଥୁନ ରାଶିର ଲୋକଙ୍କ ପାଇଁ ଏହି ସମୟ କିଛିଟା ଚ୍ୟାଲେଞ୍ଜିଂ ହୋଇପାରେ। ମାନସିକ ଚାପ ଓ ଦ୍ୱନ୍ଦ୍ୱ କାରଣରୁ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିବା ସହ ଚାକିରିଆ ଓ ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
ସିଂହ- ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ। ଜ୍ୟୋତିଷ ମତରେ ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ଶତ୍ରୁତାର ସମ୍ପର୍କ ରହିଛି। ତେଣୁ ଶନିଙ୍କ ବର୍ତ୍ତମାନ ସ୍ଥିତି ସିଂହ ରାଶି ପାଇଁ କିଛି ସମସ୍ୟା ଆଣିପାରେ। କାମର ଚାପ ବଢ଼ିବା ସହ କାର୍ଯ୍ୟସ୍ଥଳରେ ମାନସିକ ଚାପ ରହିପାରେ। ବିବାଦ ଓ ଝଗଡ଼ାଠାରୁ ଦୂରେଇ ରହିବା ସହ ଧୈର୍ଯ୍ୟର ସହ କାମ କରିବା ଭଲ ।
କନ୍ୟା- କନ୍ୟା ରାଶିର ଲୋକଙ୍କୁ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଚାପର ସାମ୍ନା କରିବାକୁ ପଡ଼ିପାରେ। କୌଣସି କାମ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବା ଭଲ। ଅଯଥା ଖର୍ଚ୍ଚରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହେବାକୁ କୁହାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।