ଶନିଙ୍କ ସହ ସୂର୍ଯ୍ୟଙ୍କ ଷଡ଼ାଷ୍ଟକ ଯୋଗ! ୩ ରାଶି ପାଇଁ ବଢ଼ିବ ଅଡ଼ୁଆ! ଘଟିବ ଏସବୁ…
ଭୁବନେଶ୍ୱର,୧୭।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି ଅର୍ଥାତ୍ ଅକ୍ଟୋବର ୧୭, ୨୦୨୬ରେ ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ଏହି ରାଶି ପରିବର୍ତ୍ତନ ସନ୍ଧ୍ୟା ୭ଟା ୫୭ ମିନିଟରେ ହେବ ବୋଲି ଜ୍ୟୋତିଷୀୟ ଗଣନାରେ କୁହାଯାଇଛି। ଜ୍ୟୋତିଷ ମତରେ ତୁଳା ରାଶି ସୂର୍ଯ୍ୟଙ୍କ ନୀଚ ରାଶି ଭାବେ ପରିଚିତ। ଏହି ସମୟରେ କୁମ୍ଭ ରାଶିରେ ଅବସ୍ଥିତ ଶନିଙ୍କ ସହ ସୂର୍ଯ୍ୟଙ୍କ ଷଡ଼ାଷ୍ଟକ ଯୋଗ ସୃଷ୍ଟି ହେବା ନେଇ ମଧ୍ୟ ଜ୍ୟୋତିଷୀୟ ମତ ରହିଛି।
ଜ୍ୟୋତିଷୀୟ ବିଶ୍ୱାସ ଅନୁସାରେ, ଏହି ଗୋଚରର ପ୍ରଭାବ କେତେକ ରାଶିର ବ୍ୟକ୍ତିଙ୍କ କର୍ମକ୍ଷେତ୍ର, ଆର୍ଥିକ ସ୍ଥିତି ଓ ପାରିବାରିକ ଜୀବନ ଉପରେ ପଡ଼ିପାରେ। ତେଣୁ ଏହି ସମୟରେ ବଡ଼ ଆର୍ଥିକ ନିଷ୍ପତ୍ତି ନେବା ସହ କାର୍ଯ୍ୟକ୍ଷେତ୍ରରେ କୌଣସି ପଦକ୍ଷେପ ନେବା ପୂର୍ବରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତି ଏହି ସମୟରେ ଅଧିକ ସାବଧାନ ରହିବା ଆବଶ୍ୟକ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।
ବୃଷ ରାଶିର ବ୍ୟକ୍ତିଙ୍କୁ ନିଜ ବ୍ୟବହାର ଓ ଆର୍ଥିକ ନିଷ୍ପତ୍ତି ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି। ତେଣୁ ଅଯଥା ଯୁକ୍ତିତର୍କରୁ ଦୂରେଇ ରହିବା ଭଲ। ଟଙ୍କାପଇସା ସମ୍ବନ୍ଧୀୟ ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ନିଜ ଦୈନନ୍ଦିନ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ।
ସୂର୍ଯ୍ୟଙ୍କ ତୁଳା ରାଶିକୁ ଗୋଚର ଯୋଗୁ ଏହି ରାଶିର ବ୍ୟକ୍ତିଙ୍କୁ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନରେ କିଛି ଆହୱାନର ସାମ୍ନା କରିବାକୁ ପଡ଼ିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। କାମର ଦାୟିତ୍ୱ ବଢ଼ିବା ଯୋଗୁଁ ମାନସିକ ଚାପ ଅନୁଭବ କରିପାରନ୍ତି। ଭାଗିଦାରୀରେ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଟଙ୍କାପଇସାର ନେଣଦେଣ ଓ ବ୍ୟବସାୟିକ ଚୁକ୍ତି ସମୟରେ ସ୍ବଚ୍ଛତା ରକ୍ଷା କରନ୍ତୁ। ଅଧିକ ବିପଦ ଥିବା ନିବେଶ ଓ କଳ୍ପନାଭିତ୍ତିକ ଲାଭ ଆଶାରୁ ଦୂରେଇ ରହିବା ଭଲ। କଥାବାର୍ତ୍ତା ସମୟରେ ସଂଯମ ରକ୍ଷା କରନ୍ତୁ ଏବଂ ଅନ୍ୟମାନଙ୍କ ମତକୁ ବୁଝିବାକୁ ଚେଷ୍ଟା କରନ୍ତୁ।
ମୀନ ରାଶିର ବ୍ୟକ୍ତିଙ୍କୁ ଚାକିରି, କ୍ୟାରିୟର ଓ ଆର୍ଥିକ କାରବାର କ୍ଷେତ୍ରରେ ଭାବିଚିନ୍ତି ପଦକ୍ଷେପ ନେବାକୁ ପଡ଼ିପାରେ। ପଦୋନ୍ନତି କିମ୍ବା ମନପସନ୍ଦ ଫଳାଫଳ ମିଳିବାରେ ବିଳମ୍ବ ହେଲେ ନିରାଶ ହୁଅନ୍ତୁ ନାହିଁ। ଧୈର୍ଯ୍ୟ ରଖି ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ।ଅଚାନକ ଖର୍ଚ୍ଚ ବଢ଼ିଲେ ଆପଣଙ୍କ ବଜେଟ ପ୍ରଭାବିତ ହୋଇପାରେ। ତେଣୁ ଅନାବଶ୍ୟକ କିଣାକିଣିରୁ ଦୂରେଇ ରୁହନ୍ତୁ। ଆଇନଗତ କାର୍ଯ୍ୟ ସହ ଜଡ଼ିତ ଥିବା ବ୍ୟକ୍ତିମାନେ ଜରୁରୀ କାଗଜପତ୍ର ଓ ଆବଶ୍ୟକ ପ୍ରକ୍ରିୟା ପ୍ରତି ସତର୍କ ରୁହନ୍ତୁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।