ହିଞ୍ଜିଳିକାଟୁ ମହାବିଦ୍ୟାଳୟ: ଏସପି୍ଙ୍କ ଉପସ୍ଥିତିରେ ଶପଥ ନେଲେ ବିଜୟୀ ପ୍ରାର୍ଥୀ
ହିଞ୍ଜିଳିକାଟୁ,୧୬।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ସ୍ବୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଓ ସଂଘର୍ଷ ପରେ ଶୁକ୍ରବାର ରାତିରେ କଡ଼ା ସୁରକ୍ଷା ମଧ୍ୟରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି।
ଗଞ୍ଜାମ ଏସ୍ପି ହରିଶ ବିସିଙ୍କ ଉପସ୍ଥିତିରେ ବିଜୟୀ ପ୍ରାର୍ଥୀମାନେ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ, ତହସିଲଦାର ତପନ କୁମାର ମହାପାତ୍ର, କଲେଜ ଅଧ୍ୟକ୍ଷ ହରିହର ମୁନି ପ୍ରମୁଖ ଉପସ୍ଥିତ ଥିଲେ। ଏବିଭିପି ସମର୍ଥିତ ସଭାପତି ଏବଂ ବିସିଜେଡି ସମର୍ଥିତ ଅନ୍ୟ ବିଜୟୀ ପ୍ରାର୍ଥୀମାନେ ଶପଥ ନେଇଥିଲେ।
ପ୍ରକାଶ ଥାଉକି, ଗୁରୁବାର ବିଳମ୍ବିତ ରାତିରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଶୁକ୍ରବାର ପୂର୍ବାହ୍ନରେ ଶପଥଗ୍ରହଣ ପୂର୍ବରୁ କଲେଜ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହା ପରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।