ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ
ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠର ସ୍ବଚ୍ଛତା ଓ ପରିଚ୍ଛନ୍ନତାକୁ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନର ମିଳିତ ପଦକ୍ଷେପରେ ପାହାଡ଼ ଓ ମନ୍ଦିର ପରିସରରେ ଚାଲିଛି ସାମୂହିକ ସଫେଇ ଅଭିଯାନ।
ଛତ୍ରପୁର ଉପଜିଲାପାଳ ଡଃ ସୁବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସ୍ଡିପିଓ ସୁଜିତ କୁମାର ନାୟକ ଓ ଥାନା ଅଧିକାରୀ କୁଳମଣି ସେଠୀଙ୍କ ସମେତ ଓଡ୍ରାଫ ଟିମ୍, ଅଗ୍ନିଶମ ଓ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ହୋଇ ପୀଠ ପରିସରରେ ସ୍ବଚ୍ଛତା ଓ ଆବଶ୍ୟକୀୟ ବ୍ୟବସ୍ଥାକୁ ନେଇ କାର୍ଯ୍ୟ କରିଥିଲେ। ସଫେଇ ଅଭିଯାନକୁ ଉତ୍ସାହିତ କରିବା ସହ ସ୍ବଚ୍ଛତାର ବାର୍ତ୍ତା ଦେବା ପାଇଁ ଛୋଟଛୋଟ ଶିଶୁଙ୍କ ପକ୍ଷରୁ ସ୍କେଟିଂ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।