ସକାଳୁ ସକାଳୁ ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ୍‌କୁ ଦେଖି ପ୍ରଥମେ ଗୁଳି….

Oct 19, 2026 - 08:57
ସକାଳୁ ସକାଳୁ ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ୍‌କୁ ଦେଖି ପ୍ରଥମେ ଗୁଳି….

ଝାରସୁଗୁଡ଼ା,୧୯ା୧୦: ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍‌କାଉଣ୍ଟର । ଆମ୍ବଦରହ ଜଙ୍ଗଲ ନିକଟରେ ପୋଲିସର ଏନ୍‌କାଉଣ୍ଟର କରିଥିବା ନେଇ ସୂଚନା ରହିଛି । ତେବେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁସାରେ, ଅଭିଯୁକ୍ତଙ୍କ ଘର ହନୁମାନ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ । ଚଢ଼ାଉ ବେଳେ ପୋଲିସ୍‌କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ବଣ୍ଟି । ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚାଳନା କରିଥିଲା ପୋଲିସ । ବଣ୍ଟି ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି । ଖବର ଲେଖାଯିବା ସୁଦ୍ଧା ଏନକାଉଣ୍ଟର ହୋଇଥିବା ସ୍ଥାନରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।