ସବୁଜିମା ସୃଷ୍ଟି କରି ଦାୟିତ୍ୱ ନେବା ଆବଶ୍ୟକ
୨୦୨୬ ରୁ ୨୦୩୬ ମଧ୍ୟରେ ନୂତନ ସବୁଜିମା ସୃଷ୍ଟି କରିବା ଏବଂ ତାହାର ଦାୟିତ୍ୱ ନେବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଦରକାର। ଗଛ ଆମକୁ ଖାଦ୍ୟଠାରୁ ଆରମ୍ଭ କରି ଅମ୍ଳଜାନ ପ୍ରଦାନ କରୁଛି। ଏଥିସହ ଅନେକ ପଶୁ ପକ୍ଷୀ ଗଛ ଉପରେ ନିର୍ଭର କରି ତା’ ଉପରେ ବସବାସ କରନ୍ତି। ତେଣୁ ଗଛ ରହିଲେ ହିଁ ପରିବେଶ ସୁସ୍ଥ ରହିବ ଏବଂ ଆମ ସମାଜ ଓ ଜୀବଜଗତ ବଞ୍ଚତ୍ ରହିବ। ସେହିପରି ପ୍ଲାଷ୍ଟିକ୍ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ହେଉଥିବାରୁ ଏହାଠାରୁ ଦୂରେଇ ରହିବା ଦରକାର।
ସ୍ମୃତି ଶୁଭ୍ରା ମଲ୍ଲିକ ଛାତ୍ରୀ, ଜଟଣୀ ଡିଗ୍ରୀ କଲେଜ, ଖୋର୍ଦ୍ଧା
ଜନସଂଖ୍ୟା ବୃଦ୍ଧି ସହ ପ୍ରଦୂଷଣ ବଢ଼ିଚାଲିଛି
ଜନସଂଖ୍ୟା ବୃଦ୍ଧି ପାଇବା ସହିତ ପ୍ରଦୂଷଣ ମଧ୍ୟ ବଢି ଚାଲିଛି। ଆଧୁନିକତାର ଦ୍ୱାହି ଦେଇ ଆମେ ପ୍ଲାଷ୍ଟିକ୍, ପଲିଥିନ୍ ଆଦିକୁ ବ୍ୟାପକ ମାତ୍ରାରେ ଆପଣାଉଛନ୍ତି। ଫଳରେ ଏଗୁଡିକ ବର୍ଜ୍ୟଭାବେ ଏଣେତେଣେ ପଡି ପରିବେଶ ପ୍ରଦୂଷଣ କରୁଛି। ଏହାସହିତ ଏହି ପ୍ଲାଷ୍ଟିକ୍, ପଲିଥିନ୍ ବର୍ଜ୍ୟଗୁଡିକୁ ଅନେକ ସମୟରେ ଗୋରୁଙ୍କ ସହ ଅନ୍ୟ ଜୀବଜନ୍ତୁ ଖାଦ୍ୟ ଭାବି ଖାଇଦେଉଥିବାରୁ ସେମାନଙ୍କ ମୃତ୍ୟୁ ହେଉଛି। ମଣିଷ ଓ ଜୀବଜନ୍ତୁ ପରସ୍ପର ଉପରେ ନିର୍ଭରଶୀଳ। ତେଣୁ ଆମେମାନେ ନିଜେ ବଞ୍ଚତ୍ବା ସହିତ ଅନ୍ୟମାନଙ୍କୁ ବଞ୍ଚତ୍ବାକୁ ସୁଯୋଗ ଦେବା ଆବଶ୍ୟକ।
ଦେବାର୍ଚ୍ଚନା ଜେନା
ଛାତ୍ରୀ, ସରକାରୀ ଆୟୁର୍ବେଦ କଲେଜ, ବଲାଙ୍ଗୀର
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।