ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ
ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି—ଏହି ୫ଟି ବ୍ଲକ୍ ପାଇଁ ୫ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।
ସେହିପରି, ୨୩ ଓ ୨୪ ତାରିଖ ଦୁଇ ଦିନ ଜିଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ଶିକ୍ଷା କେନ୍ଦ୍ର ବନ୍ଦ ରହିବ । ତେବେ ଯେଉଁ ଶିକ୍ଷାନୁଷ୍ଠାନରେ ଅତ୍ୟାବଶ୍ୟକ ପରୀକ୍ଷା ନିର୍ଦ୍ଧାରିତ ରହିଛି, ସେଗୁଡ଼ିକୁ ଏହି ନିଷ୍ପତ୍ତିରୁ ବାଦ ଦିଆଯାଇଛି । ଏହା ସହ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡ଼ଙ୍ଗା ଯାତାୟାତ ଉପରେ ରୋକ ଲଗାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।