ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

Sep 22, 2026 - 12:09
ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି ସେଲ ସଦସ୍ୟ ଭାବେ ଗୁରୁଦାୟିତ୍ୱ ମିଳିଛି। ଛାତ୍ର ରାଜନୀତିରୁ ଯାତ୍ରା ଆରମ୍ଭ କରିଥିବା ତାପସ ୨୦୧୪ରୁ ପେଟାପାଙ୍ଗା ଶକ୍ତି କେନ୍ଦ୍ରର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇଥିଲେ।
୨୦୧୬ରୁ ୨୦୧୯ ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ଦଳୀୟ ସଂଗଠନକୁ ସୁଦୃଢ଼ ଓ ସକ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟଦକ୍ଷତା ଓ ନିଷ୍ଠାକୁ ଦେଖି ଦଳ ପକ୍ଷରୁ ତାଙ୍କୁ ୨୦୧୯ ରୁ୨୦୨୪ ମଧ୍ୟରେ କ୍ରମାଗତ ଦୁଇ ଥର ଜିଲା ଏସଟି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ଦଳୀୟ ସଂଗଠନକୁ ମଜଭୁତ କରିବା ସହ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ନିରନ୍ତର କାର୍ଯ୍ୟ କରିଥିଲେ।
ବର୍ତ୍ତମାନ ଦଳ ତରଫରୁ ତାଙ୍କୁ ଭାଜପା ଜିଲା ଆଇଟି ସେଲର ଜଣେ ସଦସ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏ ନେଇ ସେ ଜିଲା ରାଜ୍ୟ ଶୀର୍ଷ ନେତୃବୃନ୍ଦଙ୍କୁ କୃତଜ୍ଞ ଜଣାଇବା ସହ ଆଗାମୀ ଦିନରେ ଆଇଟି ସଦସ୍ୟ ଭାବେ ମାଧ୍ୟମରେ ଦଳର ନୀତି, ଆଦର୍ଶ ଓ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଁ ନିଷ୍ଠାର ସହ କାର୍ଯ୍ୟ କରିବି ବୋଲି ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।