ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

Sep 07, 2026 - 12:03
ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ୨ ଖବରଦାତା ଜିଲାର ଜୁନାଗଡ଼ର ଦୁଷ୍ମନ୍ତ ପଣ୍ଡା ଓ ଅନୀଲ ପଣ୍ଡା ହୋଇଥିବାବେଳେ ଅନ୍ୟ ଜଣେ ହେଲେ ନିରଞ୍ଜନ ସତପଥୀ ଓରଫ କାଳିଆ ବୋଲି ଜଣାପଡ଼ିଛି। ଏଫ୍‌ସିଆଇର ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକମେଲ ତଥା ଭୟଭୀତ କରି ୫୦ ହଜାର ଟଙ୍କା ନେବା ଅଭିଯୋଗରେ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା ନଂ(୩୭୯/୨୦୨୬) ରୁଜୁ ହୋଇଥିଲା। ଏ ନେଇ ପୋଲିସ ତଦନ୍ତ କରି ଉପରୋକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।