ସରକାରୀ ବସ୍ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ
ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି।
ସିପିଆଇର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ସିପିଆଇ ଜିଲା ସହ ସମ୍ପାଦକ ନୀଳକଣ୍ଠ ଦାସ ଓ କଂଗ୍ରେସର ବରିଷ୍ଠ ନେତା ଭାଗୀରଥି ବେହେରାଙ୍କ ନେତୃତ୍ୱରେ ସମସ୍ତ ଦଳୀୟ ନେତା ଓ କର୍ମୀ ଛତ୍ରପୁର ସ୍ଥିତ ଚଣ୍ଡି ଛକଠାରୁ ଏକ ବାଇକ ରାଲିରେ ସମସ୍ତ ଦୋକାନ, ବଜାର, ଅଫିସ ବନ୍ଦ କରିବା ସହ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିବା ପାଇଁ ନିବେଦନ କରିଛନ୍ତି। ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହା ପୂର୍ବରୁ ଛତ୍ରପୁର ରେଳ ଷ୍ଟେଶନରେ ମଧ୍ୟ ରେଳରୋକ୍ କରାଯାଇଥିଲା।
ତେବେ ଏହି ବନ୍ଦ ପାଳନ ବେଳେ ଗୋଟିଏ ସରକାରୀ ବସ୍ କାଚ ଭାଙ୍ଗି ଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ରିକାପଲ୍ଲୀ ଅଞ୍ଚଳରେ ବସୁଥିବା ସାପ୍ତାହିକ ହାଟ ବଜାର ମଧ୍ୟ ହୋଇଥିବା ଦେଖାଯାଇଛି।
ବନ୍ଦ ପାଳନରେ କଂଗ୍ରେସ ଜିଲା ଉପସଭାପତି ଅଶୋକ ପଟ୍ଟନାୟକ, ପୂର୍ବତନ ସରପଞ୍ଚ ଡି. ରାମସାମୀ ଓ ଟି. କ୍ରିଷ୍ଣା ରେଡ୍ଡୀ, ଛାତ୍ରନେତା ଚକ୍ରପାଣି ପଲାଇ, ଜିତୁ ରାଉଳ, ସୁରେନ୍ଦ୍ର ନାଥ ପ୍ରଧାନ, ସିଲୁ ରାଉଳ, କେ. ମହେଶର ରାଓ ଓ ଅନେକ ନେତା ଏବଂ କର୍ମୀ ସାମିଲ ହୋଇଛନ୍ତି।
ସେହିପରି ସିପିଆଇର ଜିଲା ନେତା ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଏନ. ଗିରିଜା ପ୍ରସାଦ ରେଡ୍ଡୀ, ଡି. ଆଦି ନାରାୟଣ ରେଡ୍ଡୀ, ମଥୁରା ସୁବୁଦ୍ଧି, ମାଗୁଣି ବିଶୋଇ, ଚିକାରା ବେହେରାଙ୍କ ସମେତ ବହୁ କର୍ମୀମାନେ ଏହି ବନ୍ଦ ପାଳନରେ ଉପସ୍ଥିତ ଥିଲେ।
ବନ୍ଦ ପରିପ୍ରେକ୍ଷୀରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଛତ୍ରପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।