ସିଂହବାହିନୀଙ୍କ ଆଗମନୀ ପାଇଁ ସିମଟିଲା ସିମନବାଡ଼ି, ଜୋରଦାର ପ୍ରସ୍ତୁତି

Sep 15, 2026 - 13:22
ସିଂହବାହିନୀଙ୍କ ଆଗମନୀ ପାଇଁ ସିମଟିଲା ସିମନବାଡ଼ି, ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ୟୁଥରିକ୍ରିଏସନ୍ କ୍ଳବ୍ ପରିସରରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଅମରଦୀପ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପୂଜା ପରିଚାଳନା ନିମନ୍ତେ କମିଟି ଗଠନ କରାଯାଇଥିଲା। କମିଟି ଉପଦେଷ୍ଟା ଭାବେ ଆଇନଜୀବି କୁରେଶୁୁ ପଣ୍ଡା, ପରେଶ ଚନ୍ଦ୍ର ରଥ ମନୋରଞ୍ଜନ ପଣ୍ଡା ଏବଂ ବିଜୟ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା।

ସେହିପରି ସଭାପତି ଭାବେ ମନୋଜ କୁମାର ପଟ୍ଟନାୟକ, ଉପସଭାପତି – ଅମରଦୀପ ପଣ୍ଡା, ସମ୍ପାଦକ – ପିଣ୍ଟୁ ମହାନ୍ତି, ସହସମ୍ପାଦକ – କିରଣ କୁମାର ପାଢ଼ୀ ଏବଂ କୋଷାଧ୍ୟକ୍ଷ ଭାବେ ରାଜ କିରଣ ଦାସଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। କାର୍ଯ୍ୟକାରୀ କମିଟି ସଭ୍ୟ ରୂପେ ନୀଳକଣ୍ଠ ପଟ୍ଟନାୟକ, ନୃସିଂହ ଚରଣ ବେହେରା, ରଞ୍ଜିତ ବେହେରା, ହର ପ୍ରସାଦ ସେଠୀ, ଲଡୁ କିଶୋର ପଟ୍ଟନାୟକ, ବିନୋଦ ପ୍ରଧାନ, ପଦ୍ମନ ସାହୁ, ବିଶ୍ୱ ପ୍ରକାଶ ଶର୍ମା, ସୁଶାନ୍ତ ନାୟକ, ସନ୍ଦୀପ ପାଣିଗ୍ରାହୀ, ଚିରଞ୍ଜିବୀ ରେଡ୍ଡୀ, ବିଘ୍ନରାଜ ପାଣିଗ୍ରାହୀ, ମୁନା ବିଷୋୟୀ, ମିଲୁ ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। ଚଳିତବର୍ଷ ୩୪ ତମ ମା ‘ ଙ୍କ ପୂଜା ମହୋତ୍ସବ ଆଶ୍ୱିନ ଶୁକ୍ଳପକ୍ଷ  ସପ୍ତମୀ ତିଥି ରୁ ଖୁବ୍ ଧୁମ୍ ଧାମ ରେ ପାଳନ କରାଯିବା ନିମନ୍ତେ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା। ଆସନ୍ତା ୨୧ ତାରିଖରେ ପୂଜା ମହୋତ୍ସବ ନିମନ୍ତେ ପୂଜାମଣ୍ଡପକୁ ଶୁଭଖୁଣ୍ଟି ଅଣାଯିବ ଏବଂ ଅକ୍ଟୋବର ୧୧ ତାରିଖ ଠାରୁ ୨୦ ତାରିଖ ଯାଏଁ ମା ‘ ଙ୍କ ନବଦିନାତ୍ମକ ପୂଜା ମହୋତ୍ସବ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା ବୃନ୍ଦ ଜଣାଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।