ମେଷ
ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ କଥାକୁ କେନ୍ଦ୍ରକରି ମାନସିକ ଅଶାନ୍ତିର ଆଶଙ୍କା ମଧ୍ୟ ରହିଛି। ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେନାହିଁ।
ବୃଷ

ସମୟାନୁବର୍ତ୍ତିତା ଏବଂ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ପଦମର୍ଯ୍ୟଦା ବୃଦ୍ଧି ପାଇବ। ରୋହିଣୀ ନକ୍ଷତ୍ରର ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। କିନ୍ତୁ ଆର୍ଥିକ ଅନଟନ ମଧ୍ୟରେ ହାତକୁ ନେଇଥିବା କାମଟି ଅଧାରେ ଅଟକି ଯିବ। ଅନ୍ୟମାନଙ୍କୁ ସହଯୋଗ ଦେଇ ପରୋକ୍ଷ ଭାବରେ ପ୍ରଶଂସିତ ହେବେ।
ମିଥୁନ

ମୃଗଶିରା ନକ୍ଷତ୍ରର ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ସ୍ଥିରତା ରହି ନ ପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ସତ୍ସଙ୍ଗ ଓ ଭ୍ରମଣ ସୁଯୋଗ ପାଇଲେ ମଧ୍ୟ ତାହାକୁ ଅସ୍ବୀକାର କରି ଦେଇପାରନ୍ତି। ସଭାସମିତି, ଜମିଜମା ଏବଂ ଚୁକ୍ତିପତ୍ର, ଆଇନ, ଅଦାଲତ କ୍ଷେତ୍ରରେ ସୁଫଳ ପାଇବେ।
କର୍କଟ

କର୍ମଜଞ୍ଜାଳର ଗୁରୁତ୍ୱ ଦୃଷ୍ଟିକୋଣରୁ ଆଜି ଗୋଟିଏ ସ୍ଥାନରେ ସ୍ଥିର ଭାବରେ ରହି ପାରିବେ ନାହିଁ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଦକ୍ଷତା ଓ ସଚ୍ଚୋଟତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ପାଇ ଖୁସି ହେବେ। ପୁଷ୍ୟା ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ସମସ୍ୟା ଦୂର ହୋଇଯିବ।
ସି˚ହ

କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତାରୁ ବଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡିବାରେ ଆପଣଙ୍କ କୌଶଳ କିଛି ମାତ୍ରାରେ ସାହାଯ୍ୟ କରିବ। ମଘା ନକ୍ଷତ୍ର ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇପାରିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା

ଆଜି ସବୁ ସୁବିଧା ଥିଲେ ମଧ୍ୟ କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ ସ୍ତରରେ ଉନ୍ନତ ଚିନ୍ତା ତଥା ସେବା ଓ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ। ହସ୍ତା ନକ୍ଷତ୍ର ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ତୁଳା

ସମ୍ପର୍କୀୟ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ପରିବାରର ଆବଶ୍ୟକତା ପୂରଣ ସକାଶେ ଅର୍ଥ ଯୋଗାଡ କରିବା ଦିଗରେ ମନୋନିବେଶ କରିପାରନ୍ତି। ସ୍ବାତୀ ନକ୍ଷତ୍ରର ସତର୍କତା ଅଭାବରୁ ଜିନିଷପତ୍ର ହଜିଯାଇପାରେ। କର୍ମାରମ୍ଭ, ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ, ପ୍ରଶାସନ, ନିର୍ମାଣ ଓ ପରିବହନ ପାଇଁ ଦିନଟି ଭଲ।
ବିଛା

ଅନୁରାଧା ନକ୍ଷତ୍ର ପରିବାରରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ। ବନ୍ଧୁଙ୍କ ସହାୟତାରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି।
ଧନୁ

ଆଜିର କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବେଶି ସମୟ ତିଷ୍ଠି ରହିବ ନାହିଁ । ସାମାଜିକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଶାରୀରିକ ସୁସ୍ଥତା ଫେରି ଆସିବାରୁ ଆଶ୍ୱସ୍ତିଲାଭ କରିପାରନ୍ତି। ସାମାଜିକ ସ୍ତରରେ ମୂଳା ନକ୍ଷତ୍ରର କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ।
ମକର

କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବ। ସ୍ତ୍ରୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଆତ୍ମୀୟସ୍ବଜନଙ୍କ ସହାୟତାରେ ଦୂରେଇ ଯିବାର ସୂଚନା ରହିଛି। ପରିବାର ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ ।
କୁମ୍ଭ

ଶତଭିଷା ନକ୍ଷତ୍ରର ପାରିବାରିକ ଅଭାବବୋଧରୁ ବ୍ୟସ୍ତତା ବଢିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ରାଜନୀତି, ପ୍ରକାଶନ ଓ ପରିବହନରେ ସମସ୍ୟାର ସମାଧାନର ରାସ୍ତା ଖୋଲିଯିବ। ଆର୍ଥିକ ଅନଟନ ଲାଗି ରହିବା ସହ ବାକି ପଡିଥିବା ଟଙ୍କା ଫରି ନ ପାଇବାରୁ ଚିନ୍ତିତ ରହିପାରନ୍ତି।
ମୀନ
ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢିଯିବା କାରଣରୁ କିମ୍ବା ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.