ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

Sep 29, 2026 - 12:19
ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି ନିଗମ(ଓଏମ୍‌ସିି)ର ୧୭ଟି ଟିମ୍‌ ସଫଳତା ହାସଲ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଓଏମ୍‌ସିର ବିଭିନ୍ନ ଖଣି ଓ ୟୁନିଟ୍‌ରୁ ୧୭ଟି ଟିମ୍‌ ଅଂଶଗ୍ରହଣ କରି ଗୁଣାତ୍ମକତା ଓ ପରିଚାଳନାଗତ ଉନ୍ନତି ଆଧାରିତ ନିଜ ନିଜର ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଖଣି ପରିଚାଳନାରେ ଗୁଣାତ୍ମକତା, ଉତ୍ପାଦକତା ବୃଦ୍ଧି, ସୁରକ୍ଷା, ଦକ୍ଷତା ଏବଂ ପରିବେଶ ପ୍ରତି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଏମ୍‌ସିର ଏଫ୍‌ସିପି, ଖଣ୍ଡବନ୍ଧ ଲୁହାପଥର ଖଣି, କୁର୍ମିତାର ଲୁହାପଥର ଖଣି, ବାଂଶପାଣି ଲୁହାପଥର ଖଣି, ଦୈତାରି ଲୁହାପଥର ଖଣି, ଝିଲିଂ-ଲାଙ୍ଗଲୋଟା ଲୁହାପଥର ଖଣି, ସିଓବିପି ସାଉଥ କାଳିଆପାଣି, ତିରିଙ୍ଗପାହା ଲୁହାପଥର ଖଣି, ଉଞ୍ଚାବାଲି ଲୁହାପଥର ଖଣି ଏବଂ ଗୁଆଲି ଲୁହାପଥର ଖଣିଗୁଡିକରୁ ପ୍ରତିନିଧିତ୍ୱ କରିଥିବା ଟିମ୍‌ ଗତି, ଏଫ୍‌ସିପି ଟେକ୍ସ, ହରାଇଜନ, ଏନର୍ଜିଆ, ସଙ୍କଳ୍ପ, ସମର୍ପଣ, ବାହନା, ଏକ୍ସପ୍ଲୋଡର, କ୍ୱାରି ଅନ୍ଲକର୍ସ, ସି-୨, କୋବିପି-୧, ବାୟୋ-ବ୍ଲୁମ୍‌, ଉଞ୍ଚାବାଲି ସେଫ୍ଟି ୱାରିୟର୍ସ, ଟିମ ଟେକ୍‌ଫ୍ୟୁଜନ, ସମାଧାନ, ଡିଜିଟାଲ ମାଇନିଂ ଏବଂ ସେଫ୍ଟି ୱାରିୟର ଆଦି ୧୭ଟି ଟିମ୍‌କୁ ପଦକ ପ୍ରଦାନ କରାଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।