ସୁଆମ ଶାସନରେ ହରିହାଟ, ଗୀତାପାଠ ସହ…
ପାଟଣା,୨୩ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସୁଆମ ଶାସନ ମଣ୍ଡପରେ ହରିହାଟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମଣ୍ଡପରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ଏଥିସହ ସଂପୂର୍ଣ୍ଣ ଭାଗବତ ଓ ଗୀତା ପାଠ ସହ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା।
ପୂଜକ ଭାବେ ଦୈତାରୀ ଶତପଥୀ, ଶିବପ୍ରସାଦ ଦାଶ, ଅଜିତ କୁମାର ଦାଶ ଓ ମନୋରଞ୍ଜନ ଦାଶ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ଧର୍ମଶାସ୍ତ୍ର ପାଠରେ ମଦନମୋହନ ଦ୍ୱିବେଦୀ, ଲୋକନାଥ ମିଶ୍ର, ତରୁଣ କୁମାର୍ ଦାଶ, ଅରୁଣ କୁମାର ଦାଶ, ବୀରମୋହନ ଦ୍ୱିବେଦୀ, ରବିନାରାୟଣ ଦାଶ, ରଜତ କୁମାର କର, ହିମାଂଶୁ ମିଶ୍ର, ସଞ୍ଜିତ କର, ସୌମ୍ୟରଞ୍ଜନ ଦାଶଙ୍କ ସମେତ ବହୁ ବ୍ରାହ୍ମଣ ଯୁବକ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ଜ୍ଞାନେନ୍ଦ୍ର ନିଶ୍ର ଓ ସୁମିତ୍ କୁମାର ପତି ପରିଚାଳନା କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।