ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି
ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ ମଧ୍ୟ ହେଉଛି। ପ୍ରବଳ ବର୍ଷା ଫଳରେ ଗୁଣ୍ଡୁରା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ବର୍ଷାଜଳ ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଶି ପୋଖରୀର ଭ୍ରମ ସୃଷ୍ଟି କରିବା ସହ ବିଦ୍ୟାଳୟର ପ୍ରାଚେରି ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। ବର୍ଷା ପାଇଁ ଜିଲା ପ୍ରଶାସନ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିବାରୁ ଦୁର୍ଘଟଣାରୁ ରକ୍ଷା ପାଇଥିବା ଜଣାପଡ଼ିଛି।
ପ୍ରକାଶ ଥାଉକି, ଗତ ୪ ଦିନ ତଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରିଥିବା ନେଇ ଶିକ୍ଷା ବିଭାଗ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହ ୪ ଜଣ ସହକାରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।