ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

Sep 18, 2026 - 11:12
ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ ୬ଷ୍ଠ ଶ୍ରେଣୀ ପାଇଁ ୨ଟି ଭାରତୀୟ ସ୍ଥାନୀୟ ଭାଷା ସମେତ ୩ଟି ଭାଷା ଅଧ୍ୟୟନକୁ ବାଧ୍ୟତାମୂଳକ କରୁଥିବା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମାକୁ ସ୍ଥଗିତ ରଖବା ବିଷୟରେ ବିଚାର କରିବାକୁ କୋର୍ଟ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)କୁ ପରାମର୍ଶ ଦେଇଛନ୍ତି ।

ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟିଙ୍କ ମାଧ୍ୟମରେ ସିବିଏସ୍‌ଇ ଏହି ପରାମର୍ଶକୁ ଗମ୍ଭୀରତାର ସହ ବିଚାର କରିବ ଏବଂ ଏହି ପ୍ରସଙ୍ଗରେ ଏକ ନୂତନ ଟିପ୍ପଣୀ ସହିତ ପରବର୍ତ୍ତୀ ସମୟରେ ନିଜର ମତ ରଖିବ। ତେବେ ଯେଉଁ ଛାତ୍ରୀଛାତ୍ରମାନେ ସ୍ବେଚ୍ଛାକୃତ ଭାବେ ଏହି ବର୍ଷଠାରୁ ୩ ଭାଷା ପଢ଼ିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ ସେହି ଅନୁଯାୟୀ ବ୍ୟବସ୍ଥା ରହିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।