ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ: ଧନତେରସ୍‌ରେ ୩ ରାଶିଙ୍କ ଉପରେ ବର୍ଷିବ ଧନ, ହେବ ଫାଇଦା ହିିଁ ଫାଇଦା

Oct 29, 2026 - 11:27
ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ: ଧନତେରସ୍‌ରେ ୩ ରାଶିଙ୍କ ଉପରେ ବର୍ଷିବ ଧନ, ହେବ ଫାଇଦା ହିିଁ ଫାଇଦା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ନଭେମ୍ବର ୬ ତାରିଖ ଧନତେରସ ଦିନ ସୂର୍ଯ୍ୟ ଗ୍ରହ ସୱାତୀ ନକ୍ଷତ୍ରରୁ ବିଶାଖା ନକ୍ଷତ୍ରକୁ ଗୋଚର କରିବେ। ଏହି ନକ୍ଷତ୍ର ପରିବର୍ତ୍ତନ ଶୁକ୍ରବାର ରାତି ୯ଟା ୮ ମିନିଟରେ ହେବ। ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ବିଶାଖା ନକ୍ଷତ୍ରରେ ରହିବେ। ଏହା ପରେ ସେ ଅନୁରାଧା ନକ୍ଷତ୍ରକୁ ପ୍ରବେଶ କରିବେ।
ବୈଦିକ ଜ୍ୟୋତିଷ ଅନୁସାରେ, ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କର୍କଟ, ଧନୁ ଓ ମୀନ ରାଶିର ଜାତକଙ୍କ ପାଇଁ ଶୁଭ ଫଳ ଆଣିପାରେ। ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିବା ସହ କ୍ୟାରିୟର, ଆର୍ଥିକ ସ୍ଥିତି ଓ କର୍ମକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ନୂଆ ସୁଯୋଗ ମଧ୍ୟ ମିଳିପାରେ। ଆସନ୍ତୁ ଜାଣିବା, କେଉଁ ରାଶି ଉପରେ କିପରି ପ୍ରଭାବ ପଡ଼ିପାରେ।

ବିଶାଖା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଅବସ୍ଥାନ କର୍କଟ ରାଶିର ଜାତକଙ୍କ ପାଇଁ ଶୁଭ ଫଳଦାୟକ ହୋଇପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ଭାଗ୍ୟର ସହଯୋଗ ମିଳିବା ସହ ଅଟକି ରହିଥିବା କାମରେ ଅଗ୍ରଗତି ହୋଇପାରେ।
ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। ଘର ଓ ପରିବାରରେ ଖୁସିର ପରିବେଶ ରହିପାରେ। ବ୍ୟବସାୟୀମାନେ ଭଲ ଲାଭ ପାଇବାର ସୁଯୋଗ ପାଇପାରନ୍ତି।

ଧନୁ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚର ଅନୁକୂଳ ରହିପାରେ। ବିଶେଷକରି ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ନୂଆ ଦାୟିତ୍ୱ ମିଳିପାରେ। ଚାକିରି ବଦଳାଇବାକୁ ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିପାରେ। ଭାଗ୍ୟର ସହଯୋଗରେ ଅଧାପନ୍ତରିଆ କାମ ଆଗକୁ ବଢ଼ିପାରେ। ବ୍ୟବସାୟରେ ନୂଆ ଯୋଜନା ଓ ସୁଯୋଗରୁ ଲାଭ ମିଳିବାର ଆଶା ରହିଛି।

ମୀନ ରାଶିର ଜାତକଙ୍କ ପାଇଁ ମଧ୍ୟ ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଶୁଭ ରହିପାରେ। ଆର୍ଥିକ ସ୍ଥିତି ଓ କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ଫଳ ମିଳିବାର ସମ୍ଭାବନା ରହିଛି। ଆର୍ଥିକ କ୍ଷେତ୍ରରେ ଲାଭ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ହୋଇପାରେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବାର ଆଶା ରହିଛି। ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୂରଣ ହୋଇପାରେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।