‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Sep 17, 2026 - 22:45
‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି ସେ ଲେଖିଛନ୍ତି, ‘ସବୁଆଡୁ ମିଳିଥିବା ଶୁଭେଚ୍ଛା, ସ୍ନେହ ଏବଂ ଆଶୀର୍ବାଦ ପାଇଁ ମୁଁ ମୋର ହୃଦୟଭରା କୃତଜ୍ଞତା ଜଣାଉଛି। ମୁଁ ପ୍ରତ୍ୟେକଟି ସ୍ନେହପୂର୍ଣ୍ଣ ଶବ୍ଦକୁ ଗଭୀର ଭାବେ ଗୁରୁତ୍ୱ ଦିଏ ଏବଂ ଏହା ମୋତେ ଜନସେବା କରିବା ପାଇଁ ନୂତନ ଶକ୍ତି ଯୋଗାଇଥାଏ। ଯେଉଁମାନେ ଏହି ଦିନଟିକୁ ସେବା କାର୍ଯ୍ୟରେ ଉତ୍ସର୍ଗ କରିଛନ୍ତି, ମୁଁ ସେମାନଙ୍କୁ ମଧ୍ୟ ପ୍ରଶଂସା କରୁଛି। ଆସନ୍ତୁ ସମସ୍ତେ ମିଳିମିଶି ‘ବିକଶିତ ଭାରତ’ ଗଠନ ଦିଗରେ କାର୍ଯ୍ୟ ଜାରି ରଖିବା।’

ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ବ୍ୟକ୍ତିମାନେ ସମାଜ ସେବା ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଦିନସାରା ନିଜର ସମୟ ଉତ୍ସର୍ଗ କରିଛନ୍ତି। ନିଜ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ଦେଶର ବିକାଶ ପାଇଁ ମିଳିମିଶି କାମ କରିବାକୁ ଆହ୍ବାନ ଦେଇଥିଲେ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ‘ବିକଶିତ ଭାରତ’ର ଲକ୍ଷ୍ୟ ଆଡ଼କୁ ଆଗେଇ ଯିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।