PM ମୋଦିଙ୍କ ୭୭ତମ ଜନ୍ମଦିନ, ଗୁଜରାଟରେ ଜଳିବ ୮୮ ଲକ୍ଷ ଦୀପ
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୭ତମ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଶେଷ କରି ଗୁଜରାଟରେ ବ୍ୟାପକ ଆୟୋଜନ କରାଯାଇଛି। ଗୁରୁବାର, ସେପ୍ଟେମ୍ବର ୧୭ରେ ରାଜ୍ୟର ୧୮,୫୦୦ରୁ ଅଧିକ ସ୍ଥାନରେ ୮୮ ଲକ୍ଷରୁ ଅଧିକ ମାଟି ଦୀପ ପ୍ରଜ୍ଜ୍ୱଳନ କରାଯିବ।
ସନ୍ଧ୍ୟା ୭ଟାରେ ରାଜ୍ୟର ବିଭିନ୍ନ ଜିଲା, ମହାନଗର ନିଗମ, ପୌରପାଳିକା ଓ ସ୍ଥାନୀୟ ୟୁନିଟଗୁଡ଼ିକରେ ଆୟୋଜିତ ହେବ। ଏହା ପୂର୍ବରୁ ସନ୍ଧ୍ୟା ୬ଟାରୁ ଭକ୍ତି ସଙ୍ଗୀତ, ସତ୍ସଙ୍ଗ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହେବ।
ଗୁଜରାଟ ସରକାରଙ୍କ ପ୍ରବକ୍ତା ତଥା କ୍ୟାବିନେଟ ମନ୍ତ୍ରୀ ଜିତୁ ବାଘାଣୀ କହିଛନ୍ତି ଯେ, ମୋଦିଙ୍କ ଜନ୍ମଦିନ ଅବସରରେ ୧୮,୫୦୦ରୁ ଅଧିକ ସ୍ଥାନରେ ୮୮ ଲକ୍ଷରୁ ଅଧିକ ମାଟି ଦୀପ ଜଳାଯିବ। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ଦେଶର ସେବା ଜାରି ରଖିବା ପାଇଁ ଏହି ଅବସରରେ ପ୍ରାର୍ଥନା କରାଯିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।