SIR ହଙ୍ଗାମା ମଧ୍ୟରେ ବଡ଼ ଭବିଷ୍ୟବାଣୀ କଲେ ଶାହା
ନୂଆଦିଲ୍ଲୀ,୨୨।୧୦: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ବାଚନ ଆୟୋଗଙ୍କୁ ନେଇ ସୃଷ୍ଟି ହୋଇଥିବା ହଟ୍ଟଗୋଳ ଏବଂ ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ବିରୋଧୀ ଦଳଗୁଡ଼ିକ ଉପରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିକ୍ଷୋଭ ଓ ପ୍ରଦର୍ଶନ ଦ୍ୱାରା କିଛି ହାସଲ ହେବ ନାହିଁ; ବରଂ ସେମାନେ ଲୋକଙ୍କ କଷ୍ଟ ଓ ଦୁର୍ଦ୍ଦଶାକୁ ବୁଝିବାକୁ ଚେଷ୍ଟା କରିବା ଉଚିତ।
ଅମିତ ଶାହା କହିଲେ, ‘ଯେତେବେଳେ ମୁଁ କୁହେ ଯେ ଭାରତୀୟ ଜନତା ପାର୍ଟି ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବ, ସେତେବେଳେ ସେମାନେ ଜନସାଧାରଣଙ୍କୁ କୁହନ୍ତି, ‘ଦେଖନ୍ତୁ, ଭୋଟ ଚୋରି ହୋଇଯାଇଛି ନଚେତ ଅମିତ ଶାହା କିପରି ଜାଣିଲେ?’ ବନ୍ଧୁଗଣ, ଅମିତ ଶାହା ଏଠାରେ ଜନ୍ମ ହୋଇଛନ୍ତି, ଏଠାରେ ରୁହନ୍ତି ଏବଂ ଏଠାରେ ହିଁ ମୃତ୍ୟୁବରଣ କରିବେ। ମୋତେ ପ୍ରତି ଛଅ ମାସରେ ବିଦେଶ ଯିବାର ଆବଶ୍ୟକତା ନାହିଁ; ମୁଁ ଏହି ଦେଶର ଲୋକଙ୍କ ମଧ୍ୟରେ ଏଠାରେ ହିଁ ରୁହେ। ଆପଣମାନେ ଯେଉଁ ନକାରାତ୍ମକ ରାଜନୀତି କରୁଛନ୍ତି, ତାହାକୁ ଦେଖି ମୁଁ ନିଶ୍ଚିତ ଭାବରେ କହିପାରେ ଯେ ଆଗାମୀ ୩୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୧୪ ପରଠାରୁଆପଣମାନେ ସରକାର ଗଠନ କରିପାରିବେ ନାହିଁ। ମୋ କଥା ମନେ ରଖନ୍ତୁ।’
ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ଭୋଟ ଚୋରି କରାଯାଉଛି। ଏହି ସମୟରେ ସେ ଅମିତ ଶାହା, ପ୍ରଧାନମନ୍ତ୍ରୀ ମୋଦି ଏବଂ ଅନ୍ୟ ଭାଜପା ନେତାଙ୍କ ପୁରୁଣା ବୟାନର କିଛି ଅଂଶ ଶୁଣାଇଥିଲେ ଏବଂ ପ୍ରଶ୍ନ କରିଥିଲେ ଯେ ଭାଜପା କେତେ ଦିନ କ୍ଷମତାରେ ରହିବ, ତାହା ସେମାନେ କିପରି ଆଗୁଆ ଜାଣିପାରିଲେ? ବର୍ତ୍ତମାନ ଅମିତ ଶାହା ଏହି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି।
ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅମିତ ଶାହା କହିଲେ, ‘ନିକଟରେ କେରଳରେ ନିର୍ବାଚନ ହେଲାସେହି ସମାନ ଭୋଟର ତାଲିକା, ସେହି ସମାନ ନିର୍ବାଚନ ଆୟୋଗ ଏବଂ ସେହି ସମାନ ଇଭିଏମ (EVM) ଥିଲା। ଆପଣ ନିର୍ବାଚନ ଜିତିଲେ ଏବଂ ଶପଥ ଗ୍ରହଣ କଲେତେବେ ନିର୍ବାଚନ ଆୟୋଗ ‘ଭଲ’ ହୋଇଗଲେ। ଆପଣ ତେଲଙ୍ଗାନାରେ ଜିତିଲେସେଠାରେ ମଧ୍ୟ ନିର୍ବାଚନ ଆୟୋଗ ‘ଭଲ’ ଏବଂ ଭୋଟର ତାଲିକା ମଧ୍ୟ ‘ଭଲ’। ହିମାଚଳରେ ଆପଣ ଜିତିଲେସେଠାରେ ମଧ୍ୟ ନିର୍ବାଚନ ଆୟୋଗ ‘ଭଲ’ ଏବଂ ଭୋଟର ତାଲିକା ‘ଭଲ’। ତାମିଲନାଡୁରେ ଆପଣ ଯେଉଁ ପକ୍ଷକୁ ସମର୍ଥନ କରିଥିଲେ ସେମାନେ ଜିତିଲେସେଠାରେ ମଧ୍ୟ ନିର୍ବାଚନ ଆୟୋଗ ‘ଭଲ’ ଏବଂ ଭୋଟର ତାଲିକା ‘ଭଲ’। କିନ୍ତୁ, ଆପଣ ଯେଉଁଠାରେ ହାରିଯାଉଛନ୍ତି, ସେଠାରେ ହଠାତ ନିର୍ବାଚନ ଆୟୋଗ ଆଉ ‘ଭଲ’ ରହୁନାହାନ୍ତି!’
ସେ ଆହୁରି ମଧ୍ୟ କହିଲେ, ‘ଯଦି ଅଦାଲତ ଆପଣଙ୍କ ସପକ୍ଷରେ ରାୟ ଦିଅନ୍ତି, ତେବେ ସେମାନେ ‘ଭଲ’; କିନ୍ତୁ ଯଦି ସେମାନେ ଆପଣଙ୍କ ବିପକ୍ଷରେ ରାୟ ଦିଅନ୍ତି, ତେବେ ହଠାତ ସେମାନେ ‘ଖରାପ’ ହୋଇଯାଆନ୍ତି। ଏଭଳି ଦ୍ୱିମୁଖୀ ନୀତି ଚଳିବ ନାହିଁ। ରାହୁଲ ଜୀ, ଜନତା ଆପଣଙ୍କୁ ଭଲ ଭାବରେ ଚିହ୍ନି ସାରିଛନ୍ତି। କେବଳ ପଡ଼ୋଶୀ ରାଜ୍ୟଗୁଡ଼ିକରୁ କର୍ମୀମାନଙ୍କୁ ଏକତ୍ରିତ କରି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରାଇଲେ ଆପଣ ଜନତାଙ୍କ ରାୟକୁ ଅସ୍ବୀକାର କରିପାରିବେ ନାହିଁ। ମୁଁ ଆଜି ଆପଣଙ୍କୁ କହିବାକୁ ଚାହେଁ ଯେ, ଦେଶର ଜନତା ଆପଣଙ୍କୁ ଦେଖୁଛନ୍ତି ଏବଂ ଆପଣ କିଏ, ତାହା ସେମାନେ ଭଲ ଭାବରେ ଜାଣନ୍ତି।’
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।