କେଏଲ୍ ରାହୁଲଙ୍କ ଧମାକାଦାର ଅପରାଜିତ ଶତକ

Oct 04, 2026 - 17:14
କେଏଲ୍ ରାହୁଲଙ୍କ ଧମାକାଦାର ଅପରାଜିତ ଶତକ

ଚଣ୍ଡିଗଡ଼: ଶନିବାର ନ୍ୟୁ ଚଣ୍ଡିଗଡ଼ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ କେଏଲ୍ ରାହୁଲଙ୍କ ଧମାକାଦାର ଅପରାଜିତ ଶତକ ଭାରତକୁ ଗଭୀର ସଙ୍କଟରୁ ଉଦ୍ଧାର କରିଛି। ୮୭ ବଲ୍‌ରୁ ଅପରାଜିତ ୧୨୯ ରନ୍ କରି ରାହୁଲ ନିଜର ନବମ ଦିନିକିଆ ଶତକ ପୂରଣ କରିବା ସହ ଭାରତକୁ ୫୦ ଓଭରରେ ୩୫୧/୭ର ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି।

ରାହୁଲଙ୍କ ଇନିଂସରେ ୧୦ଟି ଚୌକା ଓ ୬ଟି ଛକା ସାମିଲ ଥିଲା। ଦଳକୁ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ମିଳିଥିବାରୁ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲେ ରାହୁଲ।ଭାରତୀୟ ଇନିଂସ ଆରମ୍ଭରୁ ହିଁ ଚାପରେ ପଡ଼ିଥିଲା। ମାତ୍ର ୪ ରନ୍‌ରେ ଦଳ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ହରାଇଥିଲା। ଅଧିନାୟକ ଶୁଭମନ ଗିଲ୍‌ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ବିରାଟ କୋହଲି ପ୍ରଥମ ବଲ୍‌ରେ ଖାତା ଖୋଲି ନପାରି ଫେରିଥିଲେ। ତୃତୀୟ ଓଭରରେ ଜୟଡେନ୍ ସିଲ୍ସ ଉଭୟ ୱିକେଟ୍‌ ନେଇ ୱେଷ୍ଟଇଣ୍ଡିଜ୍‌କୁ ଜୋରଦାର ଆରମ୍ଭ ଦେଇଥିଲେ।ଏହି ସମୟରେ କ୍ରିଜ୍‌କୁ ଆସିଥିବା ରାହୁଲ ଇନିଂସର ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ଧୈର୍ଯ୍ୟର ସହ ବ୍ୟାଟିଂ କରିବା ସହ ଆବଶ୍ୟକ ସମୟରେ ବଡ଼ ସଟ୍‌ ଖେଳି ଭାରତକୁ ସଙ୍କଟରୁ ବାହାର କରିଥିଲେ।ରାହୁଲ ମାତ୍ର ୮୦ ବଲ୍‌ରେ ଶତକ ପୂରଣ କରିଥିଲେ। ଶତକ ପରେ ତାଙ୍କ ବ୍ୟାଟ୍‌ ଆହୁରି ଗର୍ଜିଥିଲା। ଇନିଂସର ଶେଷ ଭାଗରେ ସେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଉପରେ ଆକ୍ରମଣ କରି ଦ୍ରୁତ ରନ୍ ସଂଗ୍ରହ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।