ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଗାଁରେ ମଦ ବିରୋଧୀ ଆନ୍ଦୋଳନ

Oct 02, 2026 - 21:17
ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଗାଁରେ ମଦ ବିରୋଧୀ ଆନ୍ଦୋଳନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଗାଁରେ ମଦ ବିରୋଧୀ ଆନ୍ଦୋଳନ ବ୍ୟାପିବାରେ ଲାଗିଛି। ଏହାର ମଙ୍ଗ ମହିଳାମାନେ ଧରିଛନ୍ତି। ଗତ ୫ମାସ ହେବ ଏହି ସ୍ବର ଉଠାଇବା ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଏସପି, ଅବକାରୀ ଏସପି ଆଦିଙ୍କୁ ଦାବିପତ୍ର ଦେଉଛନ୍ତି। ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୦ବ୍ଲକର ୧୮୯ଟି ପଂଚାୟତରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏହି ଗ୍ରାମସଭାରେ ପୁଣି ମହିଳା ମାନେ ମଦ ବନ୍ଦକୁ ନେଇ ସ୍ବର ଉଠାଇଥିଲେ।

ଏହି ଗ୍ରାମସଭାରେ, ନବରଙ୍ଗପୁର, ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ଡାବୁଗାଁ, ଉମରକୋଟ, ଚନ୍ଦାହାଣ୍ଡି , ଝରିଗାଁ , କୋଷାଗୁମୁଡା ଓ ପାପାଡାହାଣ୍ଡି ବ୍ଲକରେ ଅଧିକା ପରିମାଣର ମହିଳା ମାନେ ଗ୍ରାମସଭାରେ ଯୋଗଦେଇଥିଲେ। ବାପୁ ନିଶାକୁ ବିରୋଧ କରୁଥିବାରୁ ଆମେ ମଧ୍ୟ ଅହିଂସାରେ ମଦ ବନ୍ଦ କରିବା ଦାବିରେ ଆନ୍ଦୋଳନ କରୁଛୁ ବୋଲି କହିଥିଲେ। ବାଲ୍ୟବିବାହ କରିବାକୁ ଶପଥ ପାଠ କରିବା ସହ ନିଶା ନିବାରଣକୁ ନେଇ ବି ଶପଥ କରିଥିଲେ। ମଦ ବନ୍ଦକୁ ନେଇ ରେଜୁଲେସନରେ ଉଲ୍ଲେଖ କରିବାକୁ ଦାବି କରିଥିଲେ ମହିଳା ।

ଏତେ ସଂଖ୍ୟକ ମହିଳା ସ୍ବତନ୍ତ୍ର ଗ୍ରାମସଭାରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ଜିଲ୍ଲାସ୍ତରୀୟ ଅଧିକାରୀ, ପିଇଓ, ଜିଆରଏସ, ଏଡିଇଓ, ସରପଞ୍ଚ, ନାଏବ ସରପଞ୍ଚମାନେ ମଧ୍ୟ ନିଶାନିବାରଣ ଓ ମଦ ବନ୍ଦ ହେବା ଦରକାର ବୋଲି ମହିଳାଙ୍କ ସହ ସ୍ବର ମିଳାଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।