୨୦୦ କୋଟି ଟଙ୍କାର ଦାଦାବଟି ଆଦାୟ ମାମଲାକୁ ନେଇ ଅଭିନେତ୍ରୀନୋରା ଫତେହି
ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ଦାଦାବଟି ଆଦାୟ ମାମଲାକୁ ନେଇ ଅଭିନେତ୍ରୀନୋରା ଫତେହିଙ୍କ ପାଇଁ ପୁଣି ବଢ଼ିଛି ଅଦାଲତି ଅଡ଼ୁଆ। ମାମଲାରେ ସାକ୍ଷ୍ୟ ଦେବା ପାଇଁ ନଭେମ୍ବର ୬ ତାରିଖରେ ହାଜର ହେବାକୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ନୂଆ ସମନ୍ ଜାରି କରିଛନ୍ତି।
ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ଏହି ବହୁଚର୍ଚ୍ଚିତ ମାମଲାରେ ନୋରାଙ୍କୁ ପୂର୍ବରୁ ମଧ୍ୟ ହାଜର ହେବାକୁ ସମନ୍ କରାଯାଇଥିଲା। ତେବେ ସେ ଅଦାଲତରେ ଉପସ୍ଥିତ ହେବେ କି ନାହିଁ, ସେ ସମ୍ପର୍କରେ ଦିଲ୍ଲୀ ପୁଲିସ ପାଖରେ କୌଣସି ସ୍ପଷ୍ଟ ସୂଚନା ନଥିବା କୋର୍ଟଙ୍କୁ ଜଣାଇଥିଲା।
କୋର୍ଟଙ୍କ ଅସନ୍ତୋଷ ପ୍ରକାଶ
ଅନ୍ୟପକ୍ଷରେ, ନୋରାଙ୍କ ଓକିଲ ତାଙ୍କୁ ଅଦାଲତରେ ହାଜର ହେବାରୁ ଛାଡ଼ ଦେବାକୁ ଆବେଦନ କରିଥିଲେ। ମାତ୍ର ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ନୋରା ଜଣେ ସାକ୍ଷୀ ହୋଇଥିବାରୁ ତାଙ୍କର ଉପସ୍ଥିତି ଆବଶ୍ୟକ ବୋଲି କହିବା ସହ ତାଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।