NIA Raids: ସୀମାପାର ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲା: ଆସାମ୍, ପଶ୍ଚିମବଙ୍ଗ ଓ କେରଳର ୧୬ଟି ସ୍ଥାନରେ ଏନଆଇଏର ଚଢ଼ାଉ

Sep 29, 2026 - 13:49
NIA Raids: ସୀମାପାର ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲା: ଆସାମ୍, ପଶ୍ଚିମବଙ୍ଗ ଓ କେରଳର ୧୬ଟି ସ୍ଥାନରେ ଏନଆଇଏର ଚଢ଼ାଉ

"ଗୌହାଟି: ସୀମାପାର ଆତଙ୍କବାଦୀ ଷଡ଼ଯନ୍ତ୍ର ଏବଂ କଟ୍ଟରପନ୍ଥୀ ଗତିବିଧି ମାମଲାର ତଦନ୍ତ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ମଙ୍ଗଳବାର ଦେଶର ତିନୋଟି ରାଜ୍ୟ ଆସାମ୍, ପଶ୍ଚିମବଙ୍ଗ ଓ କେରଳର ୧୬ଟି ଭିନ୍ନ ଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରିଛି।

ବାଂଲାଦେଶର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ''ଜମାତ-ଉଲ୍-ମୁଜାହିଦ୍ଦିନ୍ ବାଂଲାଦେଶ'' (ଜେଏମବି) ର ଏକ ଶାଖା ''ଇମାମ୍ ମହମୁଦେର କାଫିଲା'' (ଆଇଏମକେ) ସହ ଜଡ଼ିତ ଆସାମର ଏକ କଟ୍ଟରପନ୍ଥୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଚଢ଼ାଉ ଚାଲିଥିବା ୧୬ଟି ସ୍ଥାନ ମଧ୍ୟରୁ ଆସାମରେ ୧୦ଟି, ପଶ୍ଚିମବଙ୍ଗରେ ୫ଟି ଏବଂ କେରଳରେ ଗୋଟିଏ ସ୍ଥାନ ରହିଛି।Advertisment ସୀମାପାରରୁ କାର୍ଯ୍ୟକଳାପ ନିୟନ୍ତ୍ରଣ କରୁଥିବା ନେଇ ସନ୍ଦେହ ତଦନ୍ତକାରୀ ସଂସ୍ଥା ଅନୁସାରେ, ଆଇଏମକେ ନେଟୱାର୍କ ସହ ଜଡ଼ିତ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କର ସୀମାପାର ସମ୍ପର୍କ, ଯୁବକମାନଙ୍କୁ କଟ୍ଟରପନ୍ଥୀ କରିବା ଏବଂ ବେଆଇନ ଗତିବିଧି ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସଂଗ୍ରହ କରିବା ଲକ୍ଷ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ଏହି ସଂଗଠନ ଆସାମରେ ନିଜର ଜାଲ ବିଛାଇ ସୀମାପାରରୁ କାର୍ଯ୍ୟକଳାପ ନିୟନ୍ତ୍ରଣ କରୁଥିବା ନେଇ ସନ୍ଦେହ କରାଯାଉଛି।

ଚଢ଼ାଉ ସମୟରେ ଜବତ ହୋଇଥିବା ନଥିପତ୍ର ଏବଂ ସନ୍ଦିଗ୍ଧଙ୍କ ବିଷୟରେ ଅଧିକ ତଥ୍ୟ ପାଇଁ ଏନଆଇଏ ପକ୍ଷରୁ ପଚରାଉଚୁରା ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।