Nilagiri JE Death: ନୀଳଗିରି ଏନଏସିରେ ଚାଞ୍ଚଲ୍ୟ! ଭଡ଼ାଘରୁ ମିଳିଲା କାର୍ଯ୍ୟରତ JEଙ୍କ ମୃତଦେହ

Nov 04, 2026 - 09:30
Nilagiri JE Death: ନୀଳଗିରି ଏନଏସିରେ ଚାଞ୍ଚଲ୍ୟ! ଭଡ଼ାଘରୁ ମିଳିଲା କାର୍ଯ୍ୟରତ JEଙ୍କ ମୃତଦେହ

ନୀଳଗିରି ଏନଏସିର କାର୍ଯ୍ୟରତ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ।

ଭଡ଼ାଘର ଭିତରୁ ମିଳିଲା ମୃତଦେହ।

ମୃତକ ହେଉଛନ୍ତି ଜେଇ ଦେବାଶିଷ ପୃଷ୍ଟି।

ଗତ ୩ ମାସ ତଳେ ବାସୁଦେବପୁର ମ୍ୟୁନିସିପାଲିଟିରୁ ବଦଳି ହୋଇ ନୀଳଗିରି ଏନଏସିରେ ଯୋଗ ଦେଇଥିଲେ ଦେବାଶିଷ।

Advertisment ନୀଳଗିରି ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ବରିସାହି ଗ୍ରାମର ମନୋଜ କୁମାର ଦାସଙ୍କ ଘରେ ଭଡ଼ାରେ ରହୁଥିଲେ।

ସୋମବାର ଅଫିସ ଆସିଥିଲେ ହେଲେ ମଙ୍ଗଳବାର ଅଫିସକୁ ଆସିନଥିଲେ।

ଫୋନ୍ କରିବାରୁ ମଧ୍ୟ ଉଠାଇନଥିଲେ।

ଏହାକୁ ନେଇ ସନ୍ଦେହ ହେବାରୁ ତାଙ୍କ ଭଡ଼ାଘରକୁ ଯାଇଥିଲେ ସମ୍ପୃକ୍ତ ବ୍ୟକ୍ତି।

ହେଲେ ଘରର କବାଟ ଭିତର ପଟୁ ବନ୍ଦ ଥିଲା।

ବାରମ୍ବାର ଡାକିବା ପରେ ମଧ୍ୟ ମିଳିନଥିଲା କୌଣସି ଉତ୍ତର।

ଶେଷରେ କବାଟ ଭାଙ୍ଗି ଘର ଭିତରକୁ ଯିବା ପରେ ତଳେ ପଡ଼ିଥିବା ଅବସ୍ଥାରେ ଦେବାଶିଷଙ୍କୁ ଦେଖିବାକୁ ମିଳିଥିଲା।

ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ହେଲେ ସେତେବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଜେଇ ଦେବାଶିଷ ପୃଷ୍ଟିଙ୍କ ମୃତ୍ୟୁ କେମିତି ହେଲା, ତାହା ଏବେ ଅସ୍ପଷ୍ଟ ରହିଛି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।