05 SEPTEMBER 2026

Welcome!

Unlock your personalized experience.
Sign Up

NIT Rourkela: ଏନ୍‌ଆଇଟି ରାଉରକେଲାର ସଫଳତା: ଇଭି ବ୍ୟାଟେରିର ଆୟୁଷ ବଢ଼ିବ

Sep 04, 2026 - 08:05
NIT Rourkela: ଏନ୍‌ଆଇଟି ରାଉରକେଲାର ସଫଳତା: ଇଭି ବ୍ୟାଟେରିର ଆୟୁଷ ବଢ଼ିବ

ରାଉରକେଲା: ଗବେଷଣା  କ୍ଷେତ୍ରରେ ପୁଣି ଏକ ଉପଲବ୍ଧି ହାସଲ କରିଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେଷକ ଦଳ। ବୈଦ୍ୟୁତିକ ଯାନ (ଇଭି) ବ୍ୟାଟେରିର ଆୟୁଷ ଓ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଏକ ଅଭିନବ ଏନର୍ଜି ଷ୍ଟୋରେଜ ପ୍ରଣାଳୀ ବିକଶିତ କରିଛନ୍ତି। ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ମୋନାଲିସା ପଟ୍ଟନାୟକ ଓ ତାଙ୍କ ଗବେଷକ ଦଳ ଏହି ପ୍ରଣାଳୀ ପ୍ରସ୍ତୁତ କରିବା ସହ ପେଟେଣ୍ଟ ମଧ୍ୟ ହାସଲ କରିଛନ୍ତି। ଗବେଷଣା ଦଳରେ ଡ. ପ୍ରଦ୍ୟୁମ୍ନ ବେହେରା, କରନ ଗୁପ୍ତା ସାମିଲ ଅଛନ୍ତି।

Indrabati Dam: ଇନ୍ଦ୍ରାବତୀ ଗେଟ୍ ଖୋଲିବା ପାଇଁ ମକଡ୍ରିଲ

ଭାରତରେ ବୈଦ୍ୟୁତିକ ଯାନର ଚାହିଦାକୁ ଦୃଷ୍ଟିରେ ରଖି ଏହି ପ୍ରଯୁକ୍ତିବିଦ୍ୟା ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବ। ସାଧାରଣତଃ ସହରାଞ୍ଚଳରେ ବାରମ୍ବାର ବ୍ରେକ୍ ମାରିବା, ଗାଡ଼ି ରୋକିବା ତଥା ହଠାତ ଗତି ବଢ଼ାଇବା ଦ୍ୱାରା ଇଭି ବ୍ୟାଟେରି ଉପରେ ଅଧିକ ଚାପ ପଡ଼ି ଯାନବାହନର ଆୟୁଷ କମିଥାଏ। ଏହି ନୂତନ ହାଇବ୍ରିଡ୍ ପ୍ରଣାଳୀରେ ବ୍ୟାଟେରି ସହ ଏକ ସୁପର କାପାସିଟର ଯୋଡ଼ାଯାଇଛି, ଯାହା ହଠାତ ସୃଷ୍ଟି ହେଉଥିବା ବିଦ୍ୟୁତ ପ୍ରବାହକୁ ନିୟନ୍ତ୍ରଣ କରି ବ୍ୟାଟେରିକୁ ସୁରକ୍ଷା କରିବା ସହ ଏହାର କାର୍ଯ୍ୟଦକ୍ଷତା ଓ ଦୀର୍ଘସ୍ଥାୟିତ୍ୱକୁ ବହୁଗୁଣିତ କରିବ। ଏହି ପ୍ରଣାଳୀର ବିଶେଷତ୍ୱ ହେଉଛି ସରଳ ଡିଜାଇନ୍, ଯେଉଁଥିରେ ମାତ୍ର ଗୋଟିଏ କନ୍‌ଭର୍ଟର, ଏକ ଇଣ୍ଡକ୍ଟର ଓ ଏକ ନିୟନ୍ତ୍ରଣ ପ୍ରଣାଳୀ ବ୍ୟବହାର କରାଯାଇଛି। କମ୍ ଯନ୍ତ୍ରାଂଶ ଯୋଗୁ ଏହାର ଜଟିଳତା ହ୍ରାସ ପାଇବା ସହ ଶକ୍ତି ଅପଚୟ ମଧ୍ୟ କମିଥାଏ।

Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...

ପରୀକ୍ଷଣ ସମୟରେ ଏହି ପ୍ରଯୁକ୍ତିବିଦ୍ୟା ଆକସ୍ମିକ ବ୍ରେକ୍ କିମ୍ବା ଗତି ପରିବର୍ତ୍ତନ ସମୟରେ ସ୍ଥିର ଭୋଲଟେଜ୍ ପ୍ରଦାନ କରିବାରେ ସଫଳ ହୋଇଥିଲା। ପ୍ରଫେସର ପଟ୍ଟନାୟକ କହିଛନ୍ତି, ବିଶେଷକରି ୨୪ ଭୋଲ୍‌ଟରୁ ୬୦ ଭୋଲ୍‌ଟ ମଧ୍ୟରେ ଚାଲୁଥିବା ଗାଡ଼ି ଯଥା ଇ-ସ୍କୁଟର, ବୈଦ୍ୟୁତିକ ମୋଟର ସାଇକଲ୍, ଇ-ରିକ୍ସା, କାର୍ଗୋ ଟ୍ରାଇସାଇକଲ, ଶିଳ୍ପାଞ୍ଚଳରେ ବ୍ୟବହୃତ ହେଉଥିବା ଗାଡ଼ି ପାଇଁ ବେଶ୍‌ ଉପଯୋଗୀ। ବର୍ତ୍ତମାନ ଗବେଷକ ଦଳ କାର୍‌ ଓ ଅନ୍ୟ ବୈଦ୍ୟୁତିକ ଯାନ ପ୍ରସ୍ତୁତ କରୁଥିବା ବିଭିନ୍ନ କମ୍ପାନି, ଷ୍ଟାର୍ଟଅପ୍‌ଗୁଡ଼ିକ ସହ ବ୍ୟାବସାୟିକ ସହଭାଗିତା ପାଇଁ ଆଲୋଚନା ଜାରି ରଖିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।