Niyamgiri Suraksha Samiti ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା ଗିରଫ

Sep 10, 2026 - 19:37
Niyamgiri Suraksha Samiti  ନିୟମଗିରି ସୁରକ୍ଷା ସମିତି ଆବାହକ ଲଦ ସିକକା ଗିରଫ

"ରାୟଗଡା/କଲ୍ୟାଣସିଂହପୁର (ଶିବ ପ୍ରସାଦ ଦୋରା ): ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କୁ ରାୟଗଡା ପୁଲିସ ଗିରଫ କରିଛି।

ଲାଞ୍ଜିଗଡ଼ ମୁନସିଫ କୋର୍ଟରୁ ବାହାରି ମାର୍କେଟ ଅଭିମୁଖେ ଯାଉଥିବାବେଳେ ରାୟଗଡ଼ା ପୁଲିସ ତାଙ୍କୁ ଏକ ପୁରୁଣା ମାମଲାରେ  ଗିରଫ କରିନେଇଛି।

ପରେ ତାଙ୍କୁ କଲ୍ୟାଣସିଂହପୁର ଥାନା ଦେଇ ରାୟଗଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି।

Advertisment Dungaria: ଡଙ୍ଗରିଆଙ୍କୁ ଗାଁ ବାହାରକୁ ଯିବା ମନା: ନିୟମଗିରି ଫେରିଲେ ନକ୍ସଲ!

ସୂଚନା ଅନୁଯାୟୀ, ଲଦ ସିକକାଙ୍କୁ ଗିରଫ କରିବାକୁ ଚାରିଟି ବୋଲେରୋ ଗାଡ଼ିରେ ପୁଲିସ ଆସିଥିଲେ।

ଜଣେ ବରିଷ୍ଠ ପୁଲିସ ଅଧିକାରୀ ନାମ ପ୍ରକାଶ ନକରି କହିଛନ୍ତି ଯେ, ଲଦ ସିକକାଙ୍କୁ ଗିରଫ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା।

ଏହି ନିର୍ଦ୍ଦେଶ ଆଧାରରେ ତାଙ୍କୁ ଅଣାଯାଇଛି।

ତାଙ୍କୁ କୋର୍ଟରେ ହାଜର କରାଯିବ ଏବଂ ବିଚାରପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଗତ କିଛି ଦିନ ତଳେ ୨୦୧୭ ମସିହାର ଏକ ମାମଲା ନମ୍ବର ୩୪୯/୨୦୧୭ ଆଧାରରେ ଲାଞ୍ଜିଗଡ଼ ମୁନସିଫ କୋର୍ଟର ମାଜିଷ୍ଟ୍ରେଟ ଏକ ଆଦେଶ ଜାରି କରି ଲଦ ସିକକାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ ପାଇଁ କଲ୍ୟାଣସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଉକ୍ତ ମାମଲାରେ ଲଦ ସିକକାଙ୍କ ବିରୋଧରେ ଅପରାଧିକ ଆଇନ ସଂଶୋଧନ ଅଧିନିୟମର ଧାରା ୭ ସମେତ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ଅଭିଯୋଗ ରହିଥିଲା।

କେଉଁ ମାମଲାରେ ପୁଲିସ ଗିରଫ କରିଛି ସ୍ପଷ୍ଟ ହୋଇନାହିଁ I Court: ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ସମ୍ପତ୍ତି ଜବତ କରିବା ପାଇଁ କୋର୍ଟଙ୍କ ଆଦେଶ ରାୟଗଡ଼ା ଜିଲ୍ଲା ପାରସାଲି ପଞ୍ଚାୟତ ଅନ୍ତର୍ଗତ ଲାଖପଦର ଗାଁର ବାସିନ୍ଦା ଲଦ ସିକକା ଦୀର୍ଘ ବର୍ଷ ଧରି ନିୟମଗିରି ପାହାଡ଼ର ସୁରକ୍ଷା ପାଇଁ ଆନ୍ଦୋଳନ କରିଆସୁଛନ୍ତି।

ତାଙ୍କ ବିରୋଧରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।