NLC India: ଏନ୍‌ଏଲ୍‌ସି ଇଣ୍ଡିଆର ରେକର୍ଡ ୩୬୭୯ କୋଟି ଲାଭ

Sep 30, 2026 - 19:28
NLC India: ଏନ୍‌ଏଲ୍‌ସି ଇଣ୍ଡିଆର ରେକର୍ଡ ୩୬୭୯ କୋଟି ଲାଭ

"ନୂଆଦିଲ୍ଲୀ: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ର ୭୦ତମ ବାର୍ଷିକ ସାଧାରଣ ବୈଠକ କମ୍ପାନିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁ‌‌ଷ୍ଠିତ ହୋଇଯାଇଛି।

ଶ୍ରୀ ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ କମ୍ପାନିର ଟିକସ ପରବର୍ତ୍ତୀ ଲାଭ ପୂର୍ବବର୍ଷ ତୁଳନାରେ ୩୮.୯୧% ବୃଦ୍ଧି ପାଇ ୩୬୭୯ କୋଟି ଟଙ୍କା ହୋଇଛି।Advertisment ଟିକସ ପୂର୍ବବର୍ତ୍ତୀ ଲାଭ ୪.୮୪% ବଢ଼ି ୩୮୭୫ କୋଟି ଟଙ୍କା ଥିଲା।

ପରିଚାଳନାରୁ ରାଜସ୍ବ ୧୭,୪୯୦ କୋଟି ଟଙ୍କା ଓ ସର୍ବକାଳୀନ ସର୍ବାଧିକ ୭୪୭୫ କୋଟି ଟଙ୍କାର ଏବିଟ୍‌ଡା ହାସଲ ହୋଇଥିଲା।

ଆଲୋଚ୍ୟ ବର୍ଷରେ କମ୍ପାନିର ପୁଞ୍ଜି ବ୍ୟୟ ପରିମାଣ ୯,୧୩୧ କୋଟି ଟଙ୍କା ଓ କାରବାର ୧୪.୯୬% ବୃଦ୍ଧି ପାଇ ୨୧,୫୨୫ କୋଟି ଟଙ୍କା ହୋଇଥିଲା।

କମ୍ପାନି ୩୮.୫%ର ଲାଭାଂଶ ଘୋଷଣା କରିଛି।

ବିଶାଖାପାଟଣା ଉତ୍କଳ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ବୈଠକ, କର୍ମକର୍ତ୍ତା ଚୟନ ଏନ୍‌ଏଲ୍‌ସି ଇଣ୍ଡିଆ ତଲାବୀରା ୨ ଓ ୩ ଖଣିରୁ ୧୯.୧୪ ଏମ୍‌ଟି କୋଇଲା ଉତ୍ପାଦନ ଓ ୧୭.୬୯ ଏମ୍‌ଟି ନିଷ୍କାସନ କରିଥିଲା ଓ ୨.୨୬ ବିଲିଅନ ୟୁନିଟ୍‌ର ସବୁଜ ଶକ୍ତି ଉତ୍ପାଦନ କରିଥିଲା।

ଏହି ଅବସରରେ କମ୍ପାନିର ନିର୍ଦ୍ଦେଶକ (ଖଣି) ଡ.

ସୁରେଶ ଚନ୍ଦ୍ର ସୁମନ, ନିର୍ଦ୍ଦେଶକ (ମାନବ ସମ୍ବଳ ଓ ଶକ୍ତି) ସମିର ସ୍ବରୂପ, ନିର୍ଦ୍ଦେଶକ (ଯୋଜନା ଓ ପ୍ରକଳ୍ପ) ରାଜେଶ ପ୍ରତାପ ସିଂହ ସିସୋଦିଆ, ମନୋନୀତ ନିର୍ଦ୍ଦେଶକ ନିଲ ମେଶ୍ରମ, ଗୋପାଳ ସିଂହ, ପ୍ରଦୀପ ନୟନ, ପୁନମ ଚନ୍ଦ୍ରକର ଓ କମ୍ପାନି ସେକ୍ରେଟାରି ସୁଶାନ୍ତ କୁମାର ପଣ୍ଡା ସାମିଲ ହୋଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।