Yogasana For Fat Loss: ବଢିଯିବ ପାଚନ ଶକ୍ତି, ପେଟରେ ରହିବନି ଟିକିଏ ବି ଚର୍ବି; ବାସ, କରନ୍ତୁ ଏହି ଗୋଟିଏ କାମ
ଆଜିର ବ୍ୟସ୍ତ ଜୀବନଶୈଳୀରେ ଫିଟ୍ ଓ ସୁସ୍ଥ ରହିବା ପ୍ରତ୍ୟେକଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଦୀର୍ଘ ସମୟ ଧରି ବସି କାମ କରିବା, ଅନିୟମିତ ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନଶୈଳୀ ଯୋଗୁଁ ଅନେକଙ୍କ ମଧ୍ୟରେ ମେଦ, ଗ୍ୟାସ୍, କୋଷ୍ଠକାଠିନ୍ୟ ଓ କ୍ଲାନ୍ତି ଭଳି ସମସ୍ୟା ବଢ଼ୁଛି। ଏପରି ସ୍ଥିତିରେ ଯୋଗ ହିଁ ଶରୀର ଓ ମନକୁ ସୁସ୍ଥ ରଖିବାରେ ଖୁବ ସାହାଯ୍ୟ କରିଥାଏ।
ଯୋଗରେ ଏମିତି ଅନେକ ଆସନ ଅଛି, ଯାହା ଶରୀରର ଭିନ୍ନ ଅଂଶ ଉପରେ ପ୍ରଭାବ ପକାଏ। ସେଗୁଡିକ ମଧ୍ୟରୁ ଉତ୍ତାନପାଦାସନ ଏକ ସରଳ କିନ୍ତୁ ପ୍ରଭାବଶାଳୀ ଆସନ।
ଉତ୍ତାନପାଦାସନ କ’ଣ?
‘ଉତ୍ତାନ’ର ଅର୍ଥ ଉପରକୁ ଉଠାଯାଇଥିବା ଓ ‘ପାଦ’ର ଅର୍ଥ ପାଦ। ଏହି ଆସନରେ ବ୍ୟକ୍ତି ପିଠି ଉପରେ ଶୋଇ ଦୁଇ ପାଦକୁ ଭୂମିରୁ ଉପରକୁ ଉଠାନ୍ତି। ଏହାର ପ୍ରଭାବ ବିଶେଷକରି ପେଟର ତଳ ଭାଗ ଓ କୋର୍ ମାଂସପେଶୀ ଉପରେ ପଡ଼େ।
ପାଚନକ୍ରିୟାରେ ସହାୟକ
ଉତ୍ତାନପାଦାସନ ପେଟ ଓ ନାଭି ଆଖପାଖର ମାଂସପେଶୀକୁ ସକ୍ରିୟ କରେ। ନିୟମିତ ଅଭ୍ୟାସ ପାଚନକ୍ରିୟାକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଗ୍ୟାସ୍ ଓ କୋଷ୍ଠକାଠିନ୍ୟ ଭଳି ଅସୁବିଧାରେ ଏହି ଆସନରୁ ଖୁବ ଲାଭ ମିଳେ।
ପେଟର ମାଂସପେଶୀକୁ କରେ ମଜବୁତ
ଏହି ଆସନ ପେଟର ମାଂସପେଶୀ ଉପରେ ଚାପ ସୃଷ୍ଟି କରେ। ନିୟମିତ ଅଭ୍ୟାସରେ କୋର୍ ଶକ୍ତି ବଢ଼ିପାରେ। ଓଜନ କମାଇବାକୁ ଚେଷ୍ଟା କରୁଥିବା ଲୋକମାନେ ଅନ୍ୟାନ୍ୟ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟାଭ୍ୟାସ ସହ ଏହାକୁ ଦିନଚର୍ଯ୍ୟାରେ ରଖିପାରନ୍ତି।
ଜଙ୍ଘ ଓ ଶରୀରର ସନ୍ତୁଳନ ପାଇଁ ଉପକାରୀ
ଉତ୍ତାନପାଦାସନ କେବଳ ପେଟ ପାଇଁ ନୁହେଁ, ଜଙ୍ଘ ଓ ଶରୀରର ମଧ୍ୟଭାଗର ମାଂସପେଶୀକୁ ମଧ୍ୟ ସକ୍ରିୟ କରେ। ଠିକ୍ ପ୍ରକ୍ରିୟାରେ କଲେ ଶରୀରର ସନ୍ତୁଳନ ଓ ନମନିୟତାରେ ସୁଧାର ଆସେ।
ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ
ଏହି ଆସନ କରିବା ସମୟରେ ଶ୍ୱାସ-ପ୍ରଶ୍ୱାସ ଉପରେ ଧ୍ୟାନ ଦିଆଯାଏ। ଏହା ମନକୁ ଶାନ୍ତ କରିବା ଓ ମାନସିକ କ୍ଲାନ୍ତି କମାଇବାରେ ସହାୟକ ହୋଇଥାଏ।
କେଉଁମାନେ ସାବଧାନ ରହିବେ?
ଗର୍ଭବତୀ ମହିଳାମାନେ ଏହି ଆସନ କରିବା ପୂର୍ବରୁ ଡାକ୍ତର କିମ୍ବା ପ୍ରଶିକ୍ଷିତ ଯୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ସେହିପରି ଅଣ୍ଟା, ପିଠି କିମ୍ବା ପେଟରେ ଗୁରୁତର ବେଦନା, ଆଘାତ ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନିଜେ ନିଜେ ଅଭ୍ୟାସ କରିବାଠାରୁ ବରଂ ବିଶେଷଜ୍ଞଙ୍କ ମତ ନେବା ଭଲ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।