No Added Sugar for Young Infants: ଶିଶୁ ଖାଦ୍ୟକୁ ନେଇ FSSAIର ବଡ଼ ପ୍ରସ୍ତାବ, ଏସବୁ ଖାଦ୍ୟ ଉପରେ ଲାଗିବ ବ୍ୟାନ

Oct 17, 2026 - 19:28
No Added Sugar for Young Infants: ଶିଶୁ ଖାଦ୍ୟକୁ ନେଇ FSSAIର ବଡ଼ ପ୍ରସ୍ତାବ, ଏସବୁ ଖାଦ୍ୟ ଉପରେ ଲାଗିବ ବ୍ୟାନ

ଶିଶୁଙ୍କ ଖାଦ୍ୟରେ ଆଉ ମିଶିପାରିବନି ଅତିରିକ୍ତ ଚିନି। ୬ ମାସରୁ କମ୍ ବୟସର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟରେ ସୁକ୍ରୋଜ୍‌ ଓ ଫ୍ରୁକ୍ଟୋଜ୍‌ ମିଶାଇବା ଉପରେ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛି ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(FSSAI)। ଏହା ଲାଗୁ ହେଲେ ଶିଶୁଙ୍କ ପାଇଁ ପ୍ରସ୍ତୁତ କେତେକ ଖାଦ୍ୟରେ ଅତିରିକ୍ତ ଚିନି ମିଶାଇବା ଉପରେ ରୋକ୍‌ ଲାଗିବ।

ଅକ୍ଟୋବର ୧୬ ତାରିଖରେ FSSAI ଏନେଇ ୨୦୨୬ର ଏକ ଡ୍ରାଫ୍ଟ ନିୟମ ପ୍ରକାଶ କରିଛି। ଏହାର ଉଦ୍ଦେଶ୍ୟ ହେଉଛି, ଶିଶୁଙ୍କ ଖାଦ୍ୟର ପୋଷଣ ମାନ ଓ ସୁରକ୍ଷାକୁ ଅଧିକ ମଜଭୁତ କରିବା।ବର୍ତ୍ତମାନର ନିୟମରେ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୁକ୍ରୋଜ୍‌ ଓ ଫ୍ରୁକ୍ଟୋଜ୍‌ ମିଶାଇବାର ଅନୁମତି ରହିଛି। କିନ୍ତୁ ନୂଆ ପ୍ରସ୍ତାବରେ ୬ ମାସରୁ କମ୍ ଶିଶୁଙ୍କ ପାଇଁ ଏହାକୁ ନିଷିଦ୍ଧ କରିବାକୁ କୁହାଯାଇଛି।

ଶିଶୁଙ୍କ ଜୀବନର ପ୍ରଥମ ୬ ମାସକୁ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ଏହି ସମୟରେ ଉପଯୁକ୍ତ ପୋଷଣ ଉପରେ ଗୁରୁତ୍ୱ ଦିଆଯାଏ। ସେଥିପାଇଁ ପ୍ରଥମ ୬ ମାସ ଶିଶୁଙ୍କୁ କେବଳ ମା’ କ୍ଷୀର ଦେବାକୁ ମଧ୍ୟ ସ୍ୱାସ୍ଥ୍ୟ ସୁପାରିସରେ କୁହାଯାଇଛି।

ତେବେ ଏହା ଏବେ ଏକ ପ୍ରସ୍ତାବ ମାତ୍ର। FSSAI ଏନେଇ ସାଧାରଣ ଲୋକ ଓ ସମ୍ପୃକ୍ତ ପକ୍ଷଙ୍କଠାରୁ ୬୦ ଦିନ ମଧ୍ୟରେ ଆପତ୍ତି ଓ ପରାମର୍ଶ ମାଗିଛି। ସେଗୁଡ଼ିକର ସମୀକ୍ଷା ପରେ ଚୂଡ଼ାନ୍ତ ନିୟମ ଘୋଷଣା କରାଯିବ। ଅର୍ଥାତ୍‌, ଏବେଠାରୁ ଏହି କଟକଣା ଲାଗୁ ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।