No DJ Music Allowed: ଆଜି ଭସାଣି: ବାଜିବନି ଡିଜେ, ୧୦ଟା ପରେ ଲାଉଡ୍ ସ୍ପିକର୍ ମନା
"ଭୁବନେଶ୍ବର: ଆଜି ରାଜଧାନୀରେ ମା"ଙ୍କୁ ବିଦାୟ ଦିଆଯିବ।
ଏହି ଭସାଣି କାର୍ଯ୍ୟକ୍ରମକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମା" ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ଗାଡ଼ି ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି।
ନିୟମ ଉଲ୍ଲଂଘନ କଲେ ଡିଜେ ଉପକରଣ ଜବତ ସହ ସମ୍ପୃକ୍ତ ଆୟୋଜକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ପୁଲିସ ଚେତାବନୀ ଦେଇଛି।
କମିସନରେଟ୍ ପୁଲିସର ଏହି ପଦକ୍ଷେପ ସମ୍ପର୍କରେ ଡିସିପି ସର୍ବଣା ବିବେକ ଏମ୍ ଏହି ସୂଚନା ଦେଇଛନ୍ତି।
ଭସାଣ ଶୋଭାଯାତ୍ରାରେ ଶବ୍ଦ ପ୍ରଦୂଷଣ ରୋକିବା, ଭିଡ଼ ନିୟନ୍ତ୍ରଣ କରିବା ଏବଂ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ପୂଜା କମିଟିଗୁଡ଼ିକ ସହ ବୈଠକ କରି ନିୟମ ବିଷୟରେ ଅବଗତ କରାଇଛି।Advertisment ୧୦ଟା ପରେ ଲାଉଡ୍ ସ୍ପିକର୍ ମନାମୁତୟନ ହେବେ ୪୮ ପ୍ଲାଟୁନ୍ ପୁଲିସ ଚଳିତ ବର୍ଷ ଭୁବନେଶ୍ୱରରେ ମା"ଙ୍କ ଭସାଣ ଶୋଭାଯାତ୍ରାରେ ଡିଜେ ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ର ଓ ବ୍ୟାଣ୍ଡ୍ ବ୍ୟବହାର କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ନିୟମ ଅମାନ୍ୟ କରି ଡିଜେ ବଜାଇଲେ ଉପକରଣ ଜବତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।
ଏହା ସହ ଭସାଣି ଶୋଭାଯାତ୍ରାରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ରହିଛି।
ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାତି ୧୦ଟା ପରେ ଲାଉଡ୍ସ୍ପିକର୍ ଓ ସାଉଣ୍ଡ୍ ସିଷ୍ଟମ୍ ବ୍ୟବହାର ଉପରେ ଥିବା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପୁଲିସ ପକ୍ଷରୁ କୁହାଯାଇଛି।
ପୂଜା କମିଟିଗୁଡ଼ିକୁ ଅନୁମତିପ୍ରାପ୍ତ ଶବ୍ଦସୀମା ଓ ସମୟ ମଧ୍ୟରେ ସାଉଣ୍ଡ୍ ସିଷ୍ଟମ୍ ବ୍ୟବହାର କରିବାକୁ ପଡ଼ିବ।
ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତି ଓ ଆୟୋଜକଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ।
ଭସାଣ ଶୋଭାଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ସହରରେ ୪୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ।
ଏହା ସହ ବିଭିନ୍ନ ସ୍ଥାନରେ ପୁଲିସ ଅଧିକାରୀମାନେ ନଜର ରଖିବେ।
ଶୋଭାଯାତ୍ରା ଆରମ୍ଭ ସ୍ଥଳରେ ମଧ୍ୟ ପୁଲିସ କର୍ମଚାରୀ ନିୟୋଜିତ ହୋଇ ଡିଜେ କଟକଣା ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରିବେ।
ସହରରେ ଯାନବାହନ ଚଳାଚଳ ସ୍ୱାଭାବିକ ରଖିବା ପାଇଁ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।
ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କୁ ପୁଲିସର ନିର୍ଦ୍ଦେଶ ଓ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକକୁ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।