No new liquor shops: ୩ବର୍ଷ ପର୍ଯ୍ୟନ୍ତ ଖୋଲିବନି ନୂଆ ମଦଦୋକାନ: ମୁଖ୍ୟମନ୍ତ୍ରୀ
"ଭୁବନେଶ୍ବର: ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ନୂଆ ମଦଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।
ସେହିଭଳି ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଦାୟୀ କରାଯିବ ଏବଯ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଜି କମିସନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ "ଜୀବନ ଜିନ୍ଦାବାଦ- ୨.୦"ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଘୋଷଣା କରିଛନ୍ତି।
Advertisment Anniversary: ସର୍ବୋଦୟ ନେତା ଶ୍ୟାମସୁନ୍ଦର ଦାସଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ ରେଳ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କମିସନରେଟ୍ ପୁଲିସର "ନିଶାମୁକ୍ତ ଭାରତ" ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍ର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଓ ଗୁଟ୍ଖା ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ।
ଭୁବନେଶ୍ୱରରେ "ଜୀବନ ଜିନ୍ଦାବାଦ-୨.୦"ର ଶୁଭାରମ୍ଭ ସ୍କୁଲ ଓ କଲେଜ କ୍ୟାମ୍ପସକୁ "ନିଶା ନିଷିଦ୍ଧ" ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
ନିଶା ବିରୋଧରେ "ଜିରୋ ଟଲେରାନ୍ସ" ନୀତି ଜାରି ରହିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି।
ଗତବର୍ଷ ଆରମ୍ଭ ହୋଇଥିବା "ଜୀବନ ଜିନ୍ଦାବାଦ" ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତିକୁ ରୋକିବାରେ ବଡ଼ ସଫଳତା ଦେଇଛି।
ବର୍ତ୍ତମାନର "ଜୀବନ ଜିନ୍ଦାବାଦ ୨.୦" ଯୁବବର୍ଗଙ୍କୁ ନିଶାରୁ ଦୂରେଇ ରଖି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାର ଏକ ବ୍ୟାପକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି।
Cncroachment: ସରକାରୀ ଜମି ଜବରଦଖଲ, ଷ୍ଟଲ-ଘର ଭାଙ୍ଗିଲା ପ୍ରଶାସନ ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ "ଜୀବନ ଜିନ୍ଦାବାଦ", "ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ" ଏବଂ ସଚେତନତାମୂଳକ ନାଟକ "ଭୂତ ମଣିଷର ନିଶାକୁ ନା" ମଞ୍ଚସ୍ଥ ହୋଇଥିଲା।
କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ଛାତ୍ରଛାତ୍ରୀ ଓ ଯୁବବର୍ଗ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।