No Road or Bridge: ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର; ଗାଁକୁ ନାହିଁ ରାସ୍ତା, ନଦୀ ଉପରେ ନାହିଁ ପୋଲ… ଖଟିଆରେ ରୋଗୀ
ପୁଣି ସାମ୍ନାକୁ ଆସିଛି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର।
ଗାଁକୁ ନାହିଁ ରାସ୍ତା, ନଦୀ ଉପରେ ନାହିଁ ପୋଲ।
ଫଳରେ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ ପାର୍ କରାଇଲେ ଗ୍ରାମବାସୀ।
ଏଭଳି ଦୁର୍ଦ୍ଦଶାର ଚିତ୍ର ଆସିଛି ରାୟଗଡ଼ା ବ୍ଲକ ବାଇସିଙ୍ଗି ପଞ୍ଚାୟତର ପୂଜାରୀ ବୋମ୍ବୁ ଗାଁରୁ।
ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ।
Advertisment ଆଣ୍ଠୁଏ ପାଣି, ଖସଡ଼ା ପଥର ଓ ପ୍ରଖର ସ୍ରୋତ ଭିତରେ ଖଟିଆ ବୋହି ନଦୀ ପାର୍ ହେଉଛନ୍ତି ଗ୍ରାମବାସୀ।
ଖଟିଆରେ ଅସୁସ୍ଥ ଅଭି ବିଡ଼ିକା।
ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ।
ଶେଷରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ ପାର କରାଇ ମୁଖ୍ୟ ରାସ୍ତାକୁ ଆଣିଥିଲେ।
ପରେ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।
ଗ୍ରାମବାସୀଙ୍କ ଅଭିଯୋଗ, ଦୀର୍ଘ ବର୍ଷ ଧରି ରାସ୍ତା ଓ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି ହେଉଥିଲେ ମଧ୍ୟ ଏଯାଏଁ ପଦକ୍ଷେପ ନିଆଯାଇନାହିଁ।
ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
Advertisment ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଗାଁକୁ ନାହିଁ ରାସ୍ତା, ନଦୀ ଉପରେ ନାହିଁ ପୋଲ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଉଛୁଳା ନଦୀ ପାର ନାଗାବଳୀ ନଦୀ ପାର କରାଇଲେ ଗ୍ରାମବାସୀ ରାସ୍ତା ନଥିବାରୁ ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ ରାୟଗଡ଼ା ବ୍ଲକ ପୂଜାରୀ ବୋମ୍ବୁ ଗାଁର ଘଟଣା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।