12 OCTOBER 2026

Welcome!

Unlock your personalized experience.
Sign Up

Nobel Prize: ଆମେରିକା ଅର୍ଥଶାସ୍ତ୍ରୀ ରବର୍ଟ ଇ ହାଲ ଓ ମାଇକେଲ ଉଡଫୋର୍ଡଙ୍କୁ ଅର୍ଥନୀତିରେ ନୋବେଲ

Oct 12, 2026 - 17:42
Nobel Prize: ଆମେରିକା ଅର୍ଥଶାସ୍ତ୍ରୀ ରବର୍ଟ ଇ ହାଲ ଓ ମାଇକେଲ ଉଡଫୋର୍ଡଙ୍କୁ ଅର୍ଥନୀତିରେ ନୋବେଲ

ଓସ୍‌ଲୋ: ୨୦୨୬ ମସିହା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡ୍‌ଫୋର୍ଡଙ୍କୁ ପ୍ରଦାନ କରାଯିବ। ଅର୍ଥନୀତିକୁ ସ୍ଥିର ରଖିବା ଓ ଆର୍ଥିକ ଉତ୍‌ଥାନ-ପତନର ପ୍ରଭାବ ହ୍ରାସ କରିବାରେ ସହାୟକ ହେଉଥିବା ଗବେଷଣା ପାଇଁ ସେମାନଙ୍କୁ ଏହି ସମ୍ମାନ ମିଳିଛି। ସୋମବାର ସ୍ୱିଡେନ୍‌ର ଷ୍ଟକ୍‌ହୋମଠାରେ ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଉଭୟ ଅର୍ଥନୀତିଜ୍ଞଙ୍କ ଗବେଷଣା ଅଣୁ ଅର୍ଥନୀତିର ମୌଳିକ ତତ୍ତ୍ୱକୁ ବ୍ୟାପକ ଅର୍ଥନୀତିର ସ୍ଥିରତା ସହ ଯୋଡ଼ିଛି। ଏହାଦ୍ୱାରା ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରାସ୍ଫୀତି, ଶକ୍ତି ସଙ୍କଟ ଓ ଆର୍ଥିକ ମାନ୍ଦାବସ୍ଥା ଭଳି ଆହ୍ୱାନର ମୁକାବିଲା ଅଧିକ ଦକ୍ଷତାର ସହ କରିପାରିବେ। ସମୟୋଚିତ ମୁଦ୍ରାନୀତି ଓ ରାଜସ୍ୱନୀତି ମାଧ୍ୟମରେ ଅର୍ଥନୀତିର ଅସ୍ଥିରତା ହ୍ରାସ କରିବାରେ ସେମାନଙ୍କ ଗବେଷଣା ବିଶେଷ ସହାୟକ ହୋଇଛି।

ଅର୍ଥନୀତିର ଅସ୍ଥିରତା ହ୍ରାସ

ରବର୍ଟ ଇ. ହଲ୍ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଥିବାବେଳେ ମାଇକେଲ୍ ଉଡ୍‌ଫୋର୍ଡ ନ୍ୟୁୟର୍କସ୍ଥିତ କଲମ୍ବିଆ ବିଶ୍ୱବିଦ୍ୟାଳୟ ସହ ସମ୍ପୃକ୍ତ। ଏହି ପୁରସ୍କାରର ଆନୁଷ୍ଠାନିକ ନାମ ‘ଆଲ୍‌ଫ୍ରେଡ୍ ନୋବେଲ୍‌ଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ସ୍ୱେରିଜେସ୍ ରିକ୍ସବ୍ୟାଙ୍କ ପୁରସ୍କାର’। ୧୯୬୮ ମସିହାରେ ସ୍ୱିଡେନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଏହାର ପ୍ରଚଳନ କରିଥିଲା। ଚଳିତ ବର୍ଷ ଏହି ପୁରସ୍କାରର ଅର୍ଥରାଶି ୧ କୋଟି ୨୦ ଲକ୍ଷ ସ୍ୱିଡିସ୍ କ୍ରୋନା, ଯାହା ଉଭୟ ବିଜେତାଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ।

Abhijeet Dipke: ଏବେ ସାରା ଦେଶ ହେବ ଜନ୍ତରମନ୍ତର : ଅଭିଜିତ ଦୀପକେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।