North Korea: ଦକ୍ଷିଣ କୋରିଆ ସହ ଉତ୍ତେଜନା ବୃଦ୍ଧି, ସମୁଦ୍ର ଆଡ଼କୁ ଉତ୍ତର କୋରିଆର ୧୦ କ୍ଷେପଣାସ୍ତ୍ର ନିକ୍ଷେପ
ସିଓଲ: ଦକ୍ଷିଣ କୋରିଆ ସହ ସମ୍ପର୍କ ତିକ୍ତ ହେଉଥିବା ବେଳେ ଉତ୍ତର କୋରିଆ ପକ୍ଷରୁ ଗୁରୁବାର ସମୁଦ୍ର ଆଡ଼କୁ ପ୍ରାୟ ୧୦ଟି ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି।
ଦକ୍ଷିଣ କୋରିଆର ସେନା ଏହି ସୂଚନା ଦେଇଛି।
ଏହାକୁ ନେଇ ଅଞ୍ଚଳରେ ସାମରିକ ଉତ୍ତେଜନା ବଢ଼ିଛି।
Advertisment ଦକ୍ଷିଣ କୋରିଆର ସେନା ଅନୁଯାୟୀ, ଉତ୍ତର କୋରିଆର ପୂର୍ବ ଉପକୂଳବର୍ତ୍ତୀ ୱନସାନ ଅଞ୍ଚଳରୁ ଏହି କ୍ଷେପଣାସ୍ତ୍ରଗୁଡ଼ିକ ନିକ୍ଷେପ କରାଯାଇଛି।
ଏହାପରେ ଦକ୍ଷିଣ କୋରିଆ ନିଜର ନିରୀକ୍ଷଣ ବଢ଼ାଇବା ସହ ଆମେରିକା ଓ ଜାପାନ ସହ ତଥ୍ୟ ଆଦାନପ୍ରଦାନ କରୁଛି।
ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ଗତ ସେପ୍ଟେମ୍ବରରେ ସୀମା ନିକଟରେ ବାରୁଦ ସୁଡ଼ଙ୍ଗ ବିସ୍ଫୋରଣରେ ଦକ୍ଷିଣ କୋରିଆର ତିନି ଜଣ ସୈନିକ ଆହତ ହୋଇଥିଲେ।
ଏଥିପାଇଁ ଦକ୍ଷିଣ କୋରିଆ ଉତ୍ତର କୋରିଆକୁ ଦାୟୀ କରିଥିବା ବେଳେ ପ୍ୟୋଙ୍ଗୟାଙ୍ଗ ଏହାକୁ ଖଣ୍ଡନ କରିଛି।
ସୀମାରେ ନୂଆ ଅସ୍ତ୍ର ମୁତୟନ ଓ ପ୍ରଚାର ଧ୍ୱନିବର୍ଦ୍ଧକ ପୁଣି ଚାଲୁ କରିବାକୁ ଉତ୍ତର କୋରିଆର ଧମକ ପରେ ଏହି ଘଟଣା ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆଶଙ୍କା ବଢ଼ାଇଛି।
ଗୁରୁବାରର ଉତ୍କ୍ଷେପଣ କରାଯାଇଥିବା କ୍ଷେପଣାସ୍ତ୍ର ଗତ କିଛି ସପ୍ତାହ ତଳେ ଉତ୍ତର କୋରିଆ ଦ୍ୱାରା ପରୀକ୍ଷଣ କରାଯାଇ ଥିଲା, ଯେଉଁଥିରେ ବୁଡ଼ାଜାହାଜରୁ ନିକ୍ଷେପ କରାଯାଇଥିବା କ୍ରୁଜ୍ କ୍ଷେପଣାସ୍ତ୍ର ଓ ହାଇପରସୋନିକ୍ କ୍ଷେପଣାସ୍ତ୍ର ସାମିଲ।
ବିଶେଷଜ୍ଞମାନେ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ ଜୋଙ୍ଗ ଉନଙ୍କ ସହିତ କୂଟନୀତି ପୁନଃସ୍ଥାପିତ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ଉତ୍ତର କୋରିଆ ଆମେରିକା ଉପରେ ଚାପ ପକାଇବାକୁ ଏପରି କାର୍ଯ୍ୟାନୁଷ୍ଠାନ ନେଉଥିବା ଅନୁମାନ କରାଯାଉଛି।
ମୋଦୀଙ୍କୁ ଭାରତ ରତ୍ନ ମିଳୁ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କଲେ ବିଜେପି ସାଂସଦ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।