Not an Accident, But Alleged Murder Attempt: ଦୁର୍ଘଟଣା ନୁହେଁ, ହତ୍ୟା ଉଦ୍ୟମ! ସିସିଟିଭି ଖୋଲିଲା ସାଂଘାତିକ ସତ
ରାଜଧାନୀରେ ସିରିଜ୍ ଦୁର୍ଘଟଣା ଘଟଣାରେ ନୂଆ ଟ୍ବିଷ୍ଟ। ଦୁର୍ଘଟଣା ନୁହେଁ, ହତ୍ୟା ଉଦ୍ୟମ ହୋଇଥିଲା। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଙ୍ଘାତିକ ସତ। ଢାବାରେ କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ ହୋଇଥିଲା। ଯାହା ସିସିଟିଭିରୁ ଜଣାପଡିଛି। କଟକ-ପୁରୀ ବାଇପାସର କେଶୁରା ଅଞ୍ଚଳରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ ଡ୍ରାଇଭର। ସେହି ସମୟର ସିସଟିଭି ଫୁଟେଜ୍ ପୋଲିସ ହାତରେ ଲାଗିଛି। କିଭଳି ଡ୍ରାଇଭର ଜଣଙ୍କ ଅତି ବେପରୁଆ ଭାବରେ ଲୋକଙ୍କ ଉପରେ ଦ୍ରୁତଗତିରେ କାର୍ ଚଢାଇବାକୁ ଉଦ୍ୟମ କରିଛନ୍ତି। ଏଥିରେ ୩ ଜଣ ଆହତ ହୋଇଥିବା ବେଳେ ୭ଟି ବାଇକ୍ ଭାଙ୍ଗିଛି।
ଦୁର୍ଘଟଣା ଘଟାଇ ବସରେ ଫେରାର ମାରିବାକୁ ଯୁବକ ଜଣକ ଉଦ୍ୟମ କରିଥିଲେ। ଏତିକିବେଳେ ଲୋକ ତାକୁ କାବୁ କରି ନିସ୍ତୁକ ପିଟିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ବଡଗଡ ଥାନାରେ ପହଞ୍ଚିଲେ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ । କେଶୁରା ନିକଟରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ତଦନ୍ତ। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି କହିଛନ୍ତି ଏମଭିଆଇ। ଦୁର୍ଘଟଣା ଘଟାଇଥିବା ଗାଡ଼ିର ପଞ୍ଜୀକରଣ ରଦ୍ଦ ହେବ। ହତ୍ୟା ଉଦ୍ୟମ ଦଫାରେ ପୋଲିସ ଚାଳକ ସୌମ୍ୟ ରଥକୁ ଗିରଫ କରିଛି। ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇଥିବା ପ୍ରମାଣ ମିଳିଛି।...
ସିରିଜ ଦୁର୍ଘଟଣାର ସାଂଘାତିକ ସତ
ଭୁବନେଶ୍ବର କେଶୁରା ସିରିଜ୍ ଦୁର୍ଘଟଣାରେ ନୂଆ ଟୁଇଷ୍ଟ
ସିରିଜ ଦୁର୍ଘଟଣା ନୁହେଁ, ହତ୍ୟା ଉଦ୍ୟମ ହୋଇଥିଲା
CCTV ଫୁଟେଜରୁ ସାମ୍ନାକୁ ଆସିଲା ସାଙ୍ଘାତିକ ସତ
ଢାବାରେ କର୍ମଚାରୀଙ୍କ ସହ ଗଣ୍ଡଗୋଳ ପରେ ହତ୍ୟା ଉଦ୍ୟମ
ଦୁର୍ଘଟଣା ଘଟାଇ ବସରେ ଫେରାର ମାରିବାକୁ ଯୁବକର ଉଦ୍ୟମ
କାର୍ ଚଢ଼ାଇ ହତ୍ୟା ଉଦ୍ୟମ; ୩ ଆହତ, ୭ ବାଇକ୍ ଭାଙ୍ଗିଲା
କାର୍ ଡ୍ରାଇଭର ଗିରଫ, ବଡ଼ଗଡ଼ ଥାନା ପୋଲିସର ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।