November Bank Holidays: ନଭେମ୍ବର ମାସରେ ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ଥିଲେ ଆଗୁଆ ସତର୍କ ହୁଅନ୍ତୁ, ନହେଲେ ହଇରାଣ ହେବେ
ନଭେମ୍ବର ୨୦୨୬ରେ ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଜରୁରୀ କାମ ରହିଛି, ତେବେ ଛୁଟି ତାଲିକା ଦେଖି ଘରୁ ବାହାରିବା ଭଲ।
କାରଣ ଏହି ମାସରେ ଦୀପାବଳିଠାରୁ ଆରମ୍ଭ କରି ଗୋବର୍ଦ୍ଧନ ପୂଜା, ଭାଇଦୂଜ, ଛଠ ପୂଜା ଓ ଗୁରୁ ନାନକ ଜୟନ୍ତୀ ଭଳି ଅନେକ ପର୍ବ ରହିଛି।
ଏହା ସହ ରବିବାର ଓ ଦ୍ୱିତୀୟ-ଚତୁର୍ଥ ଶନିବାର ଛୁଟି ମଧ୍ୟ ରହିଛି।
Advertisment ନଭେମ୍ବର ୨୦୨୬ରେ ମୋଟ ୫ଟି ରବିବାର ପଡ଼ୁଛି।
ନଭେମ୍ବର ୧, ୮, ୧୫, ୨୨ ଓ ୨୯ ତାରିଖ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ।
ସେହିପରି ନଭେମ୍ବର ୧୪ ଦ୍ୱିତୀୟ ଶନିବାର ଏବଂ ନଭେମ୍ବର ୨୮ ଚତୁର୍ଥ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ଶାଖା ବନ୍ଦ ରହିବ।
ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ସ୍ଥାନୀୟ ପର୍ବ ଓ ଉତ୍ସବ ଅନୁସାରେ ଅଲଗା ଅଲଗା ଦିନ ବ୍ୟାଙ୍କ ଛୁଟି ରହିପାରେ।
ନଭେମ୍ବର ୨ରେ ମେଘାଳୟରେ ସ୍ଥାନୀୟ ପର୍ବ ପାଇଁ ବ୍ୟାଙ୍କ ବନ୍ଦ ରହିପାରେ।
ନଭେମ୍ବର ୯ରେ ତ୍ରିପୁରା, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ସିକ୍କିମ, ମଣିପୁର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଛତିଶଗଡ଼ରେ ପର୍ବ ଅବସରରେ ବ୍ୟାଙ୍କ ଛୁଟି ରହିପାରେ।
ନଭେମ୍ବର ୧୦ରେ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ସିକ୍କିମରେ ବ୍ୟାଙ୍କ ଛୁଟି ରହିପାରେ।
ନଭେମ୍ବର ୧୧ରେ ସିକ୍କିମ, ମଣିପୁର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରେ ପର୍ବପର୍ବାଣୀ ଯୋଗୁ ବ୍ୟାଙ୍କ ଶାଖା ବନ୍ଦ ରହିପାରେ।
Advertisment ନଭେମ୍ବର ୧୩ରେ ମେଘାଳୟ, ନଭେମ୍ବର ୧୬ରେ ବିହାର ଓ ଝାଡ଼ଖଣ୍ଡ ଏବଂ ନଭେମ୍ବର ୨୦ରେ ଉତ୍ତରାଖଣ୍ଡରେ ସ୍ଥାନୀୟ ଛୁଟି ପଡ଼ିପାରେ।
ସେହିପରି ନଭେମ୍ବର ୨୩ରେ ମେଘାଳୟରେ ବ୍ୟାଙ୍କ ବନ୍ଦ ରହିପାରେ।
ନଭେମ୍ବର ୨୪ରେ ଗୁରୁ ନାନକ ଜୟନ୍ତୀ ପଡ଼ୁଛି।
ଏହି ଅବସରରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ତେଲଙ୍ଗାନା, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଜମ୍ମୁ-କାଶ୍ମୀର, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶ ସହ ଅନେକ ସ୍ଥାନରେ ବ୍ୟାଙ୍କ ଛୁଟି ରହିପାରେ।
ନଭେମ୍ବର ୨୭ରେ କର୍ଣ୍ଣାଟକରେ ମଧ୍ୟ ସ୍ଥାନୀୟ ଛୁଟି ପଡ଼ିପାରେ।
ତେବେ ମନେରଖିବା ଜରୁରୀ ଯେ RBIର ବ୍ୟାଙ୍କ ଛୁଟି ରାଜ୍ୟ ଓ ସହର ଅନୁସାରେ ଭିନ୍ନ ହୋଇଥାଏ।
ତେଣୁ ନିଜ ଅଞ୍ଚଳରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ, ସେନେଇ ନିଜ ବ୍ୟାଙ୍କ କିମ୍ବା RBIର ଆଧିକାରିକ ହଲିଡେ କ୍ୟାଲେଣ୍ଡର ଯାଞ୍ଚ କରିବା ଉଚିତ।
ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଗ୍ରାହକଙ୍କ ଡିଜିଟାଲ୍ କାରବାର ଉପରେ ସାଧାରଣତଃ କୌଣସି ପ୍ରଭାବ ପଡ଼ିବ ନାହିଁ।
UPI, ମୋବାଇଲ୍ ବ୍ୟାଙ୍କିଂ, ଇଣ୍ଟରନେଟ୍ ବ୍ୟାଙ୍କିଂ ଓ ATM ଭଳି ସେବା ବ୍ୟବହାର କରି ଟଙ୍କା ପଠାଇବା, ବିଲ୍ ପେମେଣ୍ଟ କିମ୍ବା ନଗଦ ଉଠାଣ କରାଯାଇପାରିବ।
ତେଣୁ ଚେକ୍ କ୍ଲିୟରାନ୍ସ, ଡକ୍ୟୁମେଣ୍ଟ ଦାଖଲ, KYC, ଲୋନ୍ ସମ୍ପର୍କିତ କାମ କିମ୍ବା ଅନ୍ୟ କୌଣସି ବ୍ରାଞ୍ଚ-ଭିତ୍ତିକ ସେବା ଥିଲେ ଛୁଟି ପୂର୍ବରୁ ତାହା ସାରିଦେବା ଭଲ।
ନହେଲେ ବ୍ୟାଙ୍କର ବନ୍ଦ ଦ୍ୱାର ଦେଖି ଫେରିବାକୁ ପଡ଼ିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।