Four Black Bears Raid Car: କାର୍‌କୁ ୪ ଭାଲୁଙ୍କ ‘ସର୍ଚ୍ଚ ଅପରେସନ୍’; କାର୍‌ରେ ପଶି ସ୍ନାକ୍ସ ଓ ବିୟର ନେଇ ଛୁ

Oct 31, 2026 - 17:09
Four Black Bears Raid Car: କାର୍‌କୁ ୪ ଭାଲୁଙ୍କ ‘ସର୍ଚ୍ଚ ଅପରେସନ୍’; କାର୍‌ରେ ପଶି ସ୍ନାକ୍ସ ଓ ବିୟର ନେଇ ଛୁ

ଚୋରି କଥା ଶୁଣିଲେ ସାଧାରଣତଃ ମଣିଷଙ୍କ କଥା ମନକୁ ଆସେ।

କିନ୍ତୁ ଏଠାରେ ଚୋର ମଣିଷ ନୁହଁନ୍ତି, ବରଂ ଚାରିଟି କଳା ଭାଲୁ।

ଆମେରିକାର ଟେନେସି ରାଜ୍ୟର ଗ୍ୟାଟଲିନବର୍ଗରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଲୋକଙ୍କୁ ହସାଉଛି।

Advertisment ଭିଡିଓରେ ଦେଖାଯାଉଛି, ଚାରିଟି କଳା ଭାଲୁ ଏକ କପଲ୍‌ଙ୍କ କାର୍‌ ପାଖକୁ ଆସି ତଲାସି ଆରମ୍ଭ କରୁଛନ୍ତି।

କାର୍‌ ଭିତରେ ଖାଦ୍ୟ ସାମଗ୍ରୀ ଥିବା ଜାଣିବା ପରେ ଭାଲୁମାନେ ଏକପ୍ରକାର 'ଅପରେସନ୍' ଆରମ୍ଭ କରିଦେଇଥିଲେ।

ପ୍ରଥମେ ଗୋଟିଏ ଭାଲୁର ନଜର ସ୍ନାକ୍ସ ପ୍ୟାକେଟ୍‌ ଉପରେ ପଡ଼ିଥିଲା।

ସେ ତାହାକୁ ଉଠାଇ ନିଜ ଦୁଇ ସାଥୀଙ୍କ ସହ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା।

କିନ୍ତୁ ଆଉ ଜଣେ ଭାଲୁ ଏତିକିରେ ସନ୍ତୁଷ୍ଟ ହୋଇନଥିଲା।

ସେ କାର୍‌ ଭିତରେ ଆହୁରି ଖାଦ୍ୟ ଖୋଜିବା ଜାରି ରଖିଥିଲା।

Advertisment କିଛି ସେକେଣ୍ଡ ପରେ ତା'ର ନଜର ୬ଟି ବିୟର ବୋତଲ ଥିବା ପ୍ୟାକ୍‌ ଉପରେ ପଡ଼ିଥିଲା।

ଭାଲୁଟି ପ୍ୟାକ୍‌ଟିକୁ ନିଜ ଆଡ଼କୁ ଟାଣିଥିଲା।

କିନ୍ତୁ କାର୍‌ରୁ ବାହାର କରିବା ବେଳେ ପ୍ୟାକ୍‌ଟି ତଳେ ପଡ଼ିଯାଇଥିଲା ଏବଂ ବୋତଲଗୁଡ଼ିକ ଭାଙ୍ଗିଯାଇଥିଲା।

ବିୟର ବୋତଲ ଭାଙ୍ଗିଯିବା ପରେ ମଧ୍ୟ ଭାଲୁଟି ସେଠାରୁ ଯାଇନଥିଲା।

ପୁଣିଥରେ କାର୍‌ ଭିତରେ ମୁହଁ ପୂରାଇ ଆଉ କିଛି ଖାଇବା ଜିନିଷ ଅଛି କି ନାହିଁ ଖୋଜିବାକୁ ଲାଗିଥିଲା।

ଏପରିକି ଜଙ୍ଗଲକୁ ଚାଲିଯାଇଥିବା ଅନ୍ୟ ଏକ ଭାଲୁ ତା'କୁ ନେବାକୁ ଫେରିଆସିଥିଲେ ମଧ୍ୟ ସେ ନିଜ 'ସର୍ଚ୍ଚ ଅପରେସନ୍' ବନ୍ଦ କରିନଥିଲା।

କାର୍‌ ମାଲିକ ଏବଂ ତାଙ୍କ ପତ୍ନୀ ଟିକେ ଦୂରରୁ ଏସବୁ ଦେଖୁଥିଲେ ଏବଂ ଘଟଣାର ଭିଡିଓ ରେକର୍ଡ କରୁଥିଲେ।

ଭାଲୁଟି ସ୍ନାକ୍ସ ପ୍ୟାକେଟ୍ ନେଇ ଦୌଡ଼ିଯିବା ମାତ୍ରେ ଦୁହେଁ ଜୋରରେ ହସିବାକୁ ଲାଗିଥିଲେ।

ସେମାନଙ୍କ ହସ ଭିଡିଓରେ ସ୍ପଷ୍ଟ ଶୁଣିବାକୁ ମିଳୁଛି।

ତେବେ ବିୟର ବୋତଲ ଭାଙ୍ଗିଯିବା ପରେ କାର୍‌ ମାଲିକ ଭାଲୁମାନଙ୍କୁ ସେଠାରୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ।

ଭାଲୁମାନେ କିଛି ପାଦ ପଛକୁ ହଟିଥିଲେ ମଧ୍ୟ ପୁଣିଥରେ କାର୍‌ ପାଖକୁ ଫେରିଆସିଥିଲେ।

A group of black bears raided a couple's car for snacks in Gatlinburg, Tennessee, tossing their bottles of beer onto the pavement despite the couple's attempts to scare them away. pic.twitter.com/5ThTJHdU7p — ABC News (@ABC) October 30, 2026 ଭିଡିଓ ରେକର୍ଡ କରିଥିବା ପାମ୍ କନଲିଙ୍କ କହିବା ଅନୁସାରେ, କାର୍‌ ଭିତରେ ସ୍ନାକ୍ସ, ଗ୍ରାନୋଲା ବାର୍‌, ବିୟର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଥିଲା।

ସେମାନେ କାର୍‌ରୁ ସାମଗ୍ରୀ ବାହାର କରିବାର ସୁଯୋଗ ପାଇବା ପୂର୍ବରୁ ଭାଲୁମାନେ ଆସି ପହଞ୍ଚିଥିଲେ।

ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ମଜାଦାର କମେଣ୍ଟର ବନ୍ୟା ଆସିଛି।

କେହି ଲେଖିଛନ୍ତି, “ଭାଲୁଟି ବୋଧହୁଏ କହୁଛି, ତୁମେ ବହୁତ ବିୟର ପିଉଛ, ଏବେ ଆଉ ଦରକାର ନାହିଁ।” ଆଉ କେହି ମଜାକରେ କହିଛନ୍ତି, “ସମସ୍ତେ ଜାଣନ୍ତି ଭାଲୁଙ୍କୁ ବିୟର ଭଲ ଲାଗେ।” ତେବେ ମଜାଦାର ଘଟଣା ହୋଇଥିଲେ ମଧ୍ୟ ଭାଲୁ ଭଳି ବନ୍ୟପ୍ରାଣୀ ଥିବା ଅଞ୍ଚଳରେ କାର୍‌ ଭିତରେ ଖାଦ୍ୟ ସାମଗ୍ରୀ ଖୋଲା ଛାଡ଼ି ନ ଯିବା ଏବଂ ବନ୍ୟପ୍ରାଣୀଙ୍କୁ ନିକଟରୁ ଘଉଡ଼ାଇବାକୁ ଚେଷ୍ଟା ନ କରିବା ସୁରକ୍ଷିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।