NSA: ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ନାମରେ ଏନଏସଏ ଲାଗିଲା

Aug 28, 2026 - 14:59
NSA: ଦୁର୍ଦ୍ଦାନ୍ତ ଅପରାଧୀ ଶିବାକୁ ନାମରେ ଏନଏସଏ ଲାଗିଲା

"ରାୟଗଡା: ରାୟଗଡାର ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିପା ଶିବାକୁ ଜାତୀୟ ସୁରକ୍ଷା ଆଇନ ଲାଗିଥିବା ପୁଲିସ ସୂଚନାରୁ ଜଣାପଡିଛି I ରାୟଗଡା ସହର ରେଲି ସାହି ନିବାସୀ ୪୦ ବର୍ଷୀୟ ଶିବା ନାମରେ ୬୪ଟି ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି I ଆଜିଠାରୁ ରାୟଗଡା ପୁଲିସ ଶିବାକୁ ନାମରେ ଏନଏସଏ ଲଗାଇଛି I ଏଠାରେ ସୂଚନାଯୋଗ୍ୟ ଯେ କିଛି ମାସ ତଳେ ଶିବାର ପୁଅ ହାଡ଼ିପା ନିଖିଲକୁ କିଛି ଅପରାଧୀ ଗୋଡ଼ାଇ ଗୋଡ଼ାଇ ଗୁଳି ମାରି ହତ୍ୟା କରିଥିଲେ IAdvertisment ଆହୁରି ପଢନ୍ତୁ: HDFC and LIC: ସୁଭାଷଙ୍କ ଋଣ ଫଇସଲା: ଚ୍ୟାଲେଞ୍ଜ କରିବେ ଏଚଡିଏଫସି, ଏଲଆଇସି ଜୁଆ ଆଡ୍ଡାରୁ ଲୁଟ ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ବୋଲି ପୁଲିସ ସୂଚନା ଦେଇଥିଲା I କୋରାପୁଟ ଜିଲ୍ଲା ଆଲମଣ୍ଡାରେ ହୋଇଥିବା ଲୁଟ ଘଟଣାରେ ଉଭୟ ବାପା ପୁଅ ସଂଶ୍ଲିଷ୍ଟ ରହିଥିଲେ I ହତ୍ୟାକାଣ୍ଡ ପରେ ରାୟଗଡାରେ ପ୍ରବଳ ଉତ୍ତେଜନା ଦେଖାଯାଇଥିଲା I ଶିବା ଗୋଷ୍ଠୀ ତରଫରୁ ପ୍ରତି ଆକ୍ରମଣ ପାଇଁ ଉଦ୍ୟମ କରାଯାଇଥିଲା I ହତ୍ୟାକାଣ୍ଡ ଘଟଣାରେ ରାୟଗଡା ପୁଲିସ ୨୦ରୁ ଉର୍ଦ୍ଧ୍ବ ଅପରାଧୀଙ୍କୁ ଗିରଫ କରିଥିଲା I ପୂର୍ବରୁ ବିଭିନ୍ନ ମାମଲା ରହିଥିବା ଦୁର୍ଦ୍ଦାନ୍ତ ଶିବାକୁ ମଧ୍ୟ ପୁଲିସ ଗିରଫ କରିଥିଲା I ଶିବା ନାମରେ ଅପରାଧର ଲମ୍ବା ତାଲିକା ରହିଥିବାରୁ କେଉଁ କେଉଁ ମାମଲାରେ ରାୟଗଡା ପୁଲିସ ଏନ ଏସ ଏ ଲଗାଇଛି ତାହା ନେଇ ସୂଚନା ମିଳିପାରିନାହିଁ I "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।