NSG Team at Maa Bhandar Gharani ମା’ ଭଣ୍ଡାର ଘରଣୀ ମନ୍ଦିରରେ ଏନଏସଜି ଟିମ୍:  ଯାଞ୍ଚ ଓ ସର୍ଭେ ସହ ମନ୍ଦିରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

Sep 09, 2026 - 22:16
NSG Team at Maa Bhandar Gharani ମା’ ଭଣ୍ଡାର ଘରଣୀ ମନ୍ଦିରରେ ଏନଏସଜି ଟିମ୍:  ଯାଞ୍ଚ ଓ ସର୍ଭେ ସହ ମନ୍ଦିରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ

"ନବରଙ୍ଗପୁର(ସୁରେଶ ନାଇଡ଼ୁ): ଏନଏସଜି (ଜାତୀୟ ସୁରକ୍ଷା ଗାର୍ଡ) କମାଣ୍ଡୋ ଟିମ୍ ଦେଶର ବିଭିନ୍ନ ପ୍ରମୁଖ ଏବଂ ସମ୍ବେଦନଶୀଳ ମନ୍ଦିରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସମୟସମୟରେ ଯାଞ୍ଚ ଏବଂ ସର୍ଭେ କରିଥାନ୍ତି।

ନିକଟ ଅତୀତରେ ଏହିପରି କିଛି ପ୍ରମୁଖ ମନ୍ଦିରରେ ଏନଏସଜି ଟିମର ଯାଞ୍ଚ ପ୍ରକ୍ରିୟା ହୋଇଯାଇଛି।

ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ଇତିହାସରେ ପ୍ରଥମ ଘଟଣାକ୍ରମେ ଏନ୍‌ଏସ୍‌ଜିର ତିନି ଜଣିଆ ଦଳ ନବରଙ୍ଗପୁର ସହରରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା" ଭଣ୍ଡାରଘରଣୀ  ମନ୍ଦିର ଓ ଉମରକୋଟରେ ଥିବା ମାଁ ପେଣ୍ଡ୍ରାଣୀଙ୍କ ମନ୍ଦଦିରର ସୁରକ୍ଷା ଯାଂଚ କରିଥିଲେ।

ଜନଗହଳିପୂର୍ଣ୍ଣ ନବରଙ୍ଗପୁର ସହର ମଧ୍ୟରେ ମା ଭଣ୍ଡାରଘରଣୀ ମନ୍ଦିର ଥିବାରୁ କିଭଳି କିଛି ଅଘଟଣ କିମ୍ବା, ଆତଙ୍କବାଦୀ ଆଦି ଆକ୍ରମଣ ସମୟରେ କିଭଳି ସୁରକ୍ଷା ଦେଇ ହେବ ସେ ନେଇ ଯାଂଚ କରିଥିଲେ।

Advertisment NSG chief: ପ୍ରଥମ ଏନ୍‌ଏସ୍‌ଜି ମୁଖ୍ୟ ଆର୍‌ ଟି ନାଗରାନୀଙ୍କ ପରଲୋକ ଜିଲ୍ଲାପାଳ ଡ ମହେଶ୍ବର ସ୍ବାଇଁ କହିଛନ୍ତି, ଏନ୍‌ଏସ୍‌ଜି ଟିମ୍ ନିକଟରେ ଦେଶର ଗୁରତ୍ବପୂର୍ଣ୍ଣ ମନ୍ଦିର, ମଠ ସହ ବିଭିନ୍ନ ଐତିହ୍ୟ ସମ୍ପର୍ଣ୍ଣ ସ୍ଥାନ ଗୁଡିକର ବ୍ଲୁପ୍ରିଣ୍ଟ ଥାଏ।

ପୂର୍ବରୁ ଉପରଇନ୍ଦ୍ରାବତୀ ପ୍ରକଳ୍ପର ସମ୍ପୁର୍ଣ୍ଣ ବ୍ଲୁପ୍ରିଣ୍ଟ ଏନ୍‌ଏସ୍‌ଜି ନିକଟରେ ଥିବା ସୂଚନା ମିଳିଛି।

ଏହା କୌଣସି ନିର୍ଦ୍ଦିଷ୍ଟ ବିପଦର ସୂଚନା ପାଇଁ ନୁହେଁ, ବରଂ ଏକ ସାଧାରଣ ସୁରକ୍ଷା ଅଡିଟ୍ ପ୍ରକ୍ରିୟା ଥିଲା।

ସୁରକ୍ଷା ସର୍ଭେ କରି ସ୍ଥାନୀୟ ପୁଲିସ ସହ ମିଶି ମନ୍ଦିରର ସୁରକ୍ଷା ସ୍ଥିତି ପରଖିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ।

ଏହାଦ୍ବାରା ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣରୁ ମନ୍ଦିର ଏବଂ ଶ୍ରଦ୍ଧାଳୁଙ୍କୁ ରକ୍ଷା କରିବା।ସ୍ଥାନୀୟ ପୁଲିସ ଓ ପ୍ରଶାସନ ସହିତ ଜରୁରୀକାଳୀନ ସମୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସହଜ ହେବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।