Nuakhai: ନୂଆଁଖାଇ, ନୂଆଁ ଚେତନା ଓ ନୂଆଁ ପିଢ଼ି
"ସୁଶାନ୍ତ କୁମାର ମିଶ୍ର ପର୍ବପର୍ବାଣି କେବଳ ଆନନ୍ଦ ଓ ଉତ୍ସବର ଅବସର ନୁହେଁ; ଏହା ଏକ ଜାତିର ସ୍ମୃତି, ସଂସ୍କାର, ମୂଲ୍ୟବୋଧ ଓ ସାମୂହିକ ଚେତନାର ଜୀବନ୍ତ ଅଭିବ୍ୟକ୍ତି।
ସେହି ଦୃଷ୍ଟିରୁ କୃଷି ପର୍ବ ନୂଆଁଖାଇ କେବଳ ନୂଆଁ ଅନ୍ନ ଖାଇବାର ପର୍ବ ନୂହେଁ; ଏହା ମାଟି, କୃଷକ, ପ୍ରକୃତି ଓ ଜୀବନ ପ୍ରତି କୃତଜ୍ଞତାର ଏକ ମହାନ ପରମ୍ପରା।
ନବାନ୍ନରେ ରହିଥାଏ ମାଟିର ମହକ, କୃଷକର ଅକ୍ଳାନ୍ତ ପରିଶ୍ରମ, ପ୍ରକୃତିର କରୁଣା ଓ ବିଶ୍ୱନିୟନ୍ତାଙ୍କ ପ୍ରତି ଅସୀମ ବିଶ୍ୱାସ।
ନୂଆଁଖାଇ ଜୁହାରରେ ରହିଛି ସମ୍ମାନ, ସ୍ନେହ ଓ ସମ୍ପର୍କର ପୁନଃ ପୁନଃ ନବୀକରଣ।
ଦୂରତା ଯେତେ ବଢ଼ିଲେ ବି ଏହି ପର୍ବ ମଣିଷକୁ ତା"ର ମୂଳ ସହ ଯୋଡ଼ି ରଖେ।
Advertisment Supremecourt: ହିନ୍ଦୀରେ "ଜନ ସୂଚନା ସେବା" ଆରମ୍ଭ କରିବେ ସୁପ୍ରିମ୍କୋର୍ଟ କିନ୍ତୁ ସମୟ ବଦଳୁଛି।
ତା" ସହିତ ବଦଳୁଛନ୍ତି ସମାଜ, ଜୀବନ ଶୈଳୀ, ଜଳବାୟୁ ଓ ପରିବେଶର ସନ୍ତୁଳନ।
ଏହି ପରିବର୍ତ୍ତନର ଝଡ଼ରେ ପର୍ବପର୍ବାଣିର ରଙ୍ଗ କେବଳ ବଦଳୁ ନାହିଁ, ବଦଳୁଛି ତାହାର ମୌଳିକ ଆଭିମୁଖ୍ୟ ମଧ୍ୟ।
ତେଣୁ ପ୍ରଶ୍ନ ଉଠେ- ଆମେ ନୂଆଁ ଖାଉଛୁ, କିନ୍ତୁ ନୂଆଁ ଭାବୁଛୁ କି?
ଏହି ପ୍ରଶ୍ନ କେବଳ ନୂଆଁଖାଇ ପାଳନ କରୁଥିବା ଏକ ଅଞ୍ଚଳର ନୁହେଁ; ଏହା ଆଜି ସମଗ୍ର ମାନବ ସମାଜ ପାଇଁ ଏକ ବଡ଼ ପ୍ରଶ୍ନ।
ସମୟ ସହ ପରିବର୍ତ୍ତନ ଅନିବାର୍ଯ୍ୟ।
ପରିବର୍ତ୍ତନକୁ ଅସ୍ୱୀକାର କରି ନୁହେଁ, ତାହାକୁ ମୂଲ୍ୟବୋଧ ସହିତ ଗ୍ରହଣ କରିବା ହିଁ ସଭ୍ୟତାର ଲକ୍ଷଣ।
ଏବଂ ଏହି ପରିବର୍ତ୍ତନକୁ ଠିକ୍ ଦିଗ ଦେବାର ସବୁଠାରୁ ବଡ଼ ଦାୟିତ୍ୱ ରହିଛି ନୂଆଁ ପିଢ଼ି ହାତରେ।
ତେଣୁ ନୂଆଁ ଅନ୍ନର ପର୍ବ ନୂଆଁଖାଇର ନୂଆଁ ଚେତନା ହିଁ ନୂଆଁ ପିଢ଼ି ପାଇଁ ଏକ ଗଭୀର ଆହ୍ୱାନ।
ଆଜିର ନୂଆଁ ପିଢ଼ି- ବିଶେଷ କରି "ଜେନ୍-ଜି" ଓ ତା" ପରବର୍ତ୍ତୀ ପିଢ଼ି- ସ୍ମାର୍ଟ ଡିଭାଇସ୍, କୃତ୍ରିମ ବୁଦ୍ଧିମତ୍ତା, ରୋବଟିକ୍ସ ଓ ଅସୀମ ଡିଜିଟାଲ ସମ୍ଭାବନାର ଦୁନିଆଁରେ ବଢୁଛନ୍ତି।
ଯଦି ଏହି ପ୍ରଯୁକ୍ତି କେବଳ ମନୋରଞ୍ଜନର ଉପକରଣ ହୋଇ ରହିଯାଏ, ତେବେ ଏହା ସୁଯୋଗ ଅପେକ୍ଷା ଅଧିକ ବିପଦ ହୋଇପାରେ।
କିନ୍ତୁ ଏହାର ସୃଜନଶୀଳ ଓ ଦାୟିତ୍ୱଶୀଳ ବ୍ୟବହାର ହିଁ ପରିବର୍ତ୍ତନର ସର୍ବାଧିକ ଶକ୍ତିଶାଳୀ ବାହକ ହୋଇପାରିବ।
ଏଭଳି ସଂଭ୍ରାନ୍ତ ମାଧ୍ୟମଗୁଡ଼ିକ ମାଧ୍ୟମରେ ନୂଆଁ ପିଢ଼ିର ପିଲାଙ୍କ ଜ୍ଞାନ ତୀକ୍ଷ୍ଣ, ଦୃଷ୍ଟି ବ୍ୟାପକ ଓ ଅନୁଭବର ପରିସର ଅଭୂତପୂର୍ବ।
ଅନେକ ସମୟରେ ସେମାନେ ମଧ୍ୟ ଉତ୍କୃଷ୍ଟ ଶିକ୍ଷା, ଦକ୍ଷତା, ରୋଜଗାର, ସ୍ୱାଧୀନ ସହଭାଗିତା, ଜଳବାୟୁ ପରିବର୍ତ୍ତନ, ମାନସିକ ସ୍ୱାସ୍ଥ୍ୟ, ସମାଜିକ ନ୍ୟାୟ ଭଳି ପ୍ରସଙ୍ଗ ନେଇ ସଚେତନ।
ତେଣୁ ନିଜ ପ୍ରବୃତ୍ତି, ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସହିତ ଚାପ ମୁକ୍ତ ହୋଇ ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ପରିବର୍ତ୍ତନର ସ୍ୱର ସୃଷ୍ଟି କରିବା ଆବଶ୍ୟକ।
ଯେହେତୁ ନୂଆଁ ପିଢ଼ି ହାତରେ ସଂସ୍କୃତି ପରମ୍ପରାର ଭାଗ୍ୟ ଓ ଭବିଷ୍ୟତ ନିର୍ଭରଶୀଳ, ଗାଁ ମାଟି ଠାରୁ ଯେତେ ଦୂରରେ ରହୁଥିଲେ ମଧ୍ୟ ନିଜ ମୂଳ ସହିତ ଯୋଡ଼ି ହୋଇ ରହିବା ସେମାନଙ୍କ ଧ୍ୟେୟ ହେବା ଉଚିତ।
ପରମ୍ପରାକୁ ଧରି ରଖିବାର ମାନେ ପୁରୁଣା ହୋଇଯିବା ନୁହେଁ, ବରଂ ପୁରୁଣା ଭାବକୁ ନୂଆଁ ପିଢ଼ି ସହିତ ଯୋଡ଼ିବାରେ ନିହିତ ଏହାର ପ୍ରକୃତ ମର୍ମ।
ତେଣୁ ନୂଆଁ ପିଲା ହିଁ ନୂଆଁଖାଇର ନୂଆଁ ଚେତନାର ବାହକ ହୋଇପାରିବେ।
Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ ବେଦରୁ ବିଜ୍ଞାନ, ପୁରାଣରୁ ଇତିହାସ, ଲୋକକଥାରୁ ସାହିତ୍ୟ ସବୁଠି ଅନ୍ନର ମହିମା ଗାନ କରାଯାଇଛି।
ସ୍ୱଭାବକବି ଗଙ୍ଗାଧର ମେହେର, ତାଙ୍କ "କୃଷକ ସଂଗୀତ"ରେ ଅନ୍ନ ତତ୍ତ୍ବର ଗହନ କଥା କହିଛନ୍ତି।
ଅନ୍ନରୁ ଜଗତ, ଜୀବନ, ଶକ୍ତି, ରସ, ବୃତ୍ତି, ଧନ, ମାନ, ଜ୍ଞାନ ଇତ୍ୟାଦି ସୃଷ୍ଟି ହୋଇଥାଏ।
ଅନ୍ନ ହିଁ ବିଶ୍ୱର ମୂଳାଧାର ଅଟେ।
ଏବଂ ସେହି ଅନ୍ନର ପର୍ବ ନୂଆଁଖାଇ ଆମକୁ ପ୍ରକୃତି, ପରିମଳ, ସାମ୍ୟବାଦ, କୃତଜ୍ଞତା, ସଂପର୍କ ସଚେତନତା ଭଳି ଜୀବନ ଜିଇବାର କୌଶଳ ସବୁ ଶିଖାଏ।
ତେଣୁ ମଣିଷ ଯେତେ ସଭ୍ୟ ଓ ଶିକ୍ଷିତ ହେଲେ ମଧ୍ୟ କି ବିଜ୍ଞାନ ଯେତେ ଆଗକୁ ଗଲେ ସୁଦ୍ଧା ଅନ୍ନର ବିକଳ୍ପ ସୃଷ୍ଟି ହୋଇନାହିଁ।
ମାତ୍ର ଆଜି ସଂକଟରେ ଅନ୍ନଦାତା ଓ ଅନ୍ନପର୍ବ।
ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନର ପ୍ରହାର ଦ୍ବାରା କୃଷକ ଆଜି ମୁହ୍ୟମାନ।
ଏହି ପର୍ବର ସନ୍ଦେଶ ହେଉଛି ସମଭାବ ଓ ସମଦୃଷ୍ଟି।
ବୈଷମ୍ୟ ପ୍ରତି ଆଖିବୁଜି ଆନନ୍ଦ ଉଲ୍ଲାସରେ ମସଗୁଲ ରହିବା ଏହି ପର୍ବର ଆଭିମୁଖ୍ୟ ନୁହେଁ।
ଦାଦନ ଖଟିବାକୁ ବାଧ୍ୟ ହୋଇଥିବା ଯୁବକ, ସହରରୁ ଆସି ଦିନକ ପାଇଁ ହେଲେ ମଧ୍ୟ ବୃଦ୍ଧ ବାପା-ମାଆ ସହିତ ଦେଖା କରେ।
ଦୂରଦୂରାନ୍ତରୁ ସମସ୍ତେ ମୂଳକୁ ଫେରନ୍ତି।
ଜୀବିକାର ଦ୍ବାହିରେ ବିକ୍ଷିପ୍ତ ପରିବାର ଏକତ୍ର ହେଲା ପରେ ନୂଆଁଖାଇ ଜୁହାର ଓ ଆଶୀର୍ବାଦରେ ସମସ୍ତେ ରସାଣିତ ହୋଇ ଉଠନ୍ତି।
ହେଲେ, ଏବେ ଏହି ପବିତ୍ର ପର୍ବକୁ କଳୁଷିତ କରୁଛି ମଦ ମାଂସର ଆସର, ପାରମ୍ପରିକ ରୀତିନୀତି ଭୁଲି ଯାଇ ଆରମ୍ଭ ହୋଇଯାଇଛି ମଉଜମଜଲିସର ନୂଆଁ ଧାରା!
ଏସବୁ ନବାନ୍ନର ଅସଲ ଆଭିମୁଖ୍ୟକୁ ଧୀରେ ଧୀରେ ହଜାଇ ଦେଉନାହିଁ କି?
ତେଣୁ, ନୂଆଁ ପିଢ଼ି ହୃଦୟଙ୍ଗମ କରିବା ଉଚିତ ଯେ ଏହା କେବଳ ଉତ୍ସବର ଆହ୍ୱାନ ନୂହେଁ, ଦାୟିତ୍ୱର ଆହ୍ୱାନ ମଧ୍ୟ।
ନିଜ ଲୋକଭାଷା, ଲୋକଗୀତ, ଲୋକକଳା ଓ ପରମ୍ପରାକୁ ସେମାନେ ଜାଣିବା ଓ ପରବର୍ତ୍ତୀ ପିଢ଼ିଙ୍କୁ ଜଣାଇବା ଉଚିତ।
ନୂଆଁ ପିଢ଼ି ପ୍ରଯୁକ୍ତିର କେବଳ ଉପଭୋକ୍ତା ନ ହୋଇ ଏହାର ସୃଜନଶୀଳ ବ୍ୟବହାରକାରୀ ହେବା ଆବଶ୍ୟକ।
ପୁରୁଣା ପିଢ଼ି ପାଖରେ ଅନୁଭବ ଓ ପରମ୍ପରାର ଜ୍ଞାନ ଓ ବୋଧ; ନୂଆଁ ପିଢ଼ି ପାଖରେ ଅଛି ପ୍ରଯୁକ୍ତି ଓ ନୂଆଁ ଚିନ୍ତା।
ତେଣୁ ଏହି ଦୁଇଟିର ସମନ୍ବୟ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜର ଭିତ୍ତି ହୋଇପାରିବ।
ଏଥିରୁ ହିଁ ନୂଆଁଖାଇ ଭଳି ପର୍ବର ମାର୍ମିକ ରୂପାନ୍ତରଣ ହୋଇପାରିବ।
ନୂଆଁଖାଇର ପ୍ରକୃତ ଅର୍ଥ ତେଣୁ ନୂଆଁ ଅନ୍ନରେ ନୁହେଁ ନୂଆଁ ଚେତନାରେ।
ଅନ୍ନ ନୂଆଁ ହେଉ, ଚିନ୍ତା ନୂଆଁ ହେଉ; କିନ୍ତୁ ମାଟି, ମଣିଷ ଓ ମୂଲ୍ୟବୋଧ ସହ ସମ୍ପର୍କ ଅତୁଟ ରହୁ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୯୩୮୨୭୭୬୩୫"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।