OBC Caste Dropdown Menu Demand: SC-STଙ୍କ ପରି OBCଙ୍କ ପାଇଁ ରହିବ କି ଜାତି ତାଲିକା? ଆସିଲା ସୁପ୍ରିମକୋର୍ଟଙ୍କ ମତ
ଜନଗଣନାରେ ଅନ୍ୟ ପଛୁଆ ବର୍ଗ (OBC)ଙ୍କ ଜାତିକୁ କିପରି ତାଲିକାଭୁକ୍ତ କରାଯିବ?
ଅନଲାଇନ୍ ଜନଗଣନା ଫର୍ମରେ OBC ଜାତିଗୁଡ଼ିକ ପାଇଁ ଅଲଗା ଡ୍ରପ୍ଡାଉନ୍ ମେନୁ ରହିବ କି?
ଏହି ପ୍ରସଙ୍ଗରେ ଦାଖଲ ଏକ ଆବେଦନର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି ସୁପ୍ରିମକୋର୍ଟ।
Advertisment ଏହା ଏକ ନୀତିଗତ ନିଷ୍ପତ୍ତିର ବିଷୟ ଏବଂ ଏହା ଉପରେ ସରକାର ବିଚାର କରିପାରିବେ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।
ଏଥିସହ ଆବେଦନକାରୀଙ୍କୁ ଭାରତର ଜନଗଣନା ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିବାକୁ ଅନୁମତି ଦେଇ ମାମଲାର ନିଷ୍ପତ୍ତି କରିଛନ୍ତି କୋର୍ଟ।
କ'ଣ ଥିଲା ଆବେଦନକାରୀଙ୍କ ପ୍ରାର୍ଥନା?
OBC ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଆବେଦନ ଦାଖଲ କରାଯାଇଥିଲା।
ଅନଲାଇନ୍ ଜନଗଣନା ଫର୍ମରେ OBC ଜାତିଗୁଡ଼ିକର ଏକ ଡ୍ରପ୍ଡାଉନ୍ ତାଲିକା ରଖିବାକୁ ଆବେଦନକାରୀ ଆବେଦନ କରିଥିଲେ।
ଏହାଦ୍ୱାରା ବିଭିନ୍ନ ପଛୁଆ ଜାତିର ଲୋକଙ୍କ ତଥ୍ୟ ସଠିକ୍ ଭାବେ ଲିପିବଦ୍ଧ କରିବା ସହଜ ହେବ ବୋଲି ସେମାନଙ୍କ ଯୁକ୍ତି ଥିଲା।
Advertisment ଆବେଦନକାରୀଙ୍କ ଓକିଲ ଅଞ୍ଜନୀ ଅୟଙ୍ଗର କୋର୍ଟଙ୍କୁ କହିଥିଲେ ଯେ, ଜନଗଣନା ଫର୍ମର ଦଶମ କଲମରେ ଅନୁସୂଚିତ ଜାତି (SC), ଅନୁସୂଚିତ ଜନଜାତି (ST) ଏବଂ ଜାତି ସମ୍ପର୍କିତ ତଥ୍ୟ ମଗାଯାଇଛି।
କିନ୍ତୁ SC ଓ ST ବର୍ଗ ବ୍ୟତୀତ ଅନ୍ୟମାନଙ୍କୁ ନିଜ ଜାତିର ନାମ ନିଜେ ଲେଖିବାକୁ ପଡ଼ୁଛି।
ତେଣୁ OBCଙ୍କ ପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ତାଲିକା ରଖିବାକୁ ସେମାନେ ଆବେଦନ କରିଥିଲେ।
୨୦୧୧ ଜନଗଣନାର ଉଦାହରଣ ଦେଲେ ଆବେଦନକାରୀ ଆବେଦନକାରୀଙ୍କ ଯୁକ୍ତି ଅନୁସାରେ, ୨୦୧୧ ଜନଗଣନାରେ SC ଓ ST ଜାତି ପାଇଁ ତାଲିକାଭିତ୍ତିକ ବ୍ୟବସ୍ଥା ଥିଲା।
ସେହିପରି OBCଙ୍କ ପାଇଁ ମଧ୍ୟ ଡ୍ରପ୍ଡାଉନ୍ ମେନୁ ରଖାଯିବା ଉଚିତ।
ତେବେ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.
ମୋହନଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଏହା ସରକାରଙ୍କ ବିଚାର ଓ ନୀତିଗତ ନିଷ୍ପତ୍ତି ସହ ଜଡ଼ିତ।
ତେଣୁ ଏବେ ସମସ୍ତଙ୍କ ନଜର ରହିଛି, OBC ଜାତିଗୁଡ଼ିକର ତଥ୍ୟ ସଂଗ୍ରହ ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।