Smart Glasses Claim Over 200 Words: ନା କୀବୋର୍ଡ ଦରକାର, ନା ମାଇକ୍‌, କେବଳ ଓଠ ହଲାଇଲେ ଲେଖିଦେବ ସ୍ମାର୍ଟ ଚଷମା!

Nov 01, 2026 - 19:04
Smart Glasses Claim Over 200 Words: ନା କୀବୋର୍ଡ ଦରକାର, ନା ମାଇକ୍‌, କେବଳ ଓଠ ହଲାଇଲେ ଲେଖିଦେବ ସ୍ମାର୍ଟ ଚଷମା!

କମ୍ପ୍ୟୁଟରରେ କିଛି ଲେଖିବା ପାଇଁ ଆଉ କୀବୋର୍ଡରେ ଟାଇପ୍ କରିବାକୁ ପଡ଼ିବନି।

ମାଇକ୍‌ ସାମ୍ନାରେ କହିବାର ମଧ୍ୟ ଦରକାର ନାହିଁ।

ମୁହଁ ଓ ଓଠର ଅତି ସୂକ୍ଷ୍ମ ଗତିବିଧିକୁ ଚିହ୍ନଟ କରି ତାହାକୁ ଟେକ୍ସଟ୍‌ରେ ବଦଳାଇବାକୁ ସକ୍ଷମ ଏକ ୱେୟାରେବଲ୍ ଚଷମା ତିଆରି କରୁଛି ସାନ୍ ଫ୍ରାନ୍ସିସ୍କୋ ଭିତ୍ତିକ 'ଦ ସବଭୋକାଲ୍ କମ୍ପାନୀ'।

ଏହାର ସହ-ପ୍ରତିଷ୍ଠାତା ହେଲେ ଭାରତୀୟ ମୂଳର ଯୁବ ଉଦ୍ୟୋଗୀ ଆରୁଷ ଯାଦବ ଓ ଅର୍ଣ୍ଣବ କୁମାର।

Advertisment କମ୍ପାନୀ ପକ୍ଷରୁ କୁହାଯାଇଛି, ଏହି ଚଷମା ବ୍ୟବହାର କରି ୟୁଜର ଚୁପ୍‌ଚାପ୍ ଓଠ ହଲାଇ ଯାହା କହିବାକୁ ଚାହିବେ, ସିଷ୍ଟମ୍ ସେହି ଗତିବିଧିକୁ ବୁଝି ଟେକ୍ସଟ୍‌ରେ ବଦଳାଇପାରିବ।

କମ୍ପାନୀର ଦାବି ଅନୁସାରେ, ଏହା ପ୍ରତି ମିନିଟ୍‌ରେ ୨୦୦ରୁ ଅଧିକ ଶବ୍ଦ ଟେକ୍ସଟ୍‌ରେ ପରିବର୍ତ୍ତନ କରିପାରିବ।

ତେବେ ଏହି ଗତି ଏପର୍ଯ୍ୟନ୍ତ ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ।

ଆରୁଷ ଯାଦବ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଏକ ଡେମୋ ଭିଡିଓ ସେୟାର କରିଛନ୍ତି।

ତାଙ୍କ କହିବା ଅନୁସାରେ, କୀବୋର୍ଡରେ ଟାଇପିଂ ଧୀର ଓ କମ୍ପ୍ୟୁଟର ସହ ଉଚ୍ଚସ୍ୱରରେ କଥାହେବା ସବୁ ସ୍ଥାନରେ ସୁବିଧାଜନକ ନୁହେଁ।

ଏହି ଦୁଇ ସମସ୍ୟାର ବିକଳ୍ପ ଭାବେ Subvocalକୁ ବିକଶିତ କରାଯାଉଛି।

ଷ୍ଟାର୍ଟଅପ୍‌ଟି Y Combinator ଓ Afore Capitalଠାରୁ ୧.୩ ମିଲିୟନ୍ ଡଲାରର ଫଣ୍ଡିଂ ପାଇଥିବା ସୂଚନା ଦେଇଛି।

Advertisment କିପରି କାମ କରେ ଏହି ଚଷମା?

କମ୍ପାନୀର କହିବା ଅନୁସାରେ, ଏହା କ୍ୟାମେରା ଭିତ୍ତିକ ଲିପ୍‌-ରିଡିଂ ବ୍ୟବସ୍ଥା ନୁହେଁ।

ଚଷମାଟି ସାଇଲେଣ୍ଟ ସ୍ପିଚ୍ ସମୟରେ ମୁହଁର ଅତି ସୂକ୍ଷ୍ମ ଗତିକୁ ସେନ୍ସ କରି ତାହାକୁ ଡିଜିଟାଲ୍ ଟେକ୍ସଟ୍‌ରେ ବଦଳାଇବା ପାଇଁ ତିଆରି ହେଉଛି।

ୟୁଜରଙ୍କୁ ଶବ୍ଦ କରିବା ଦରକାର ନାହିଁ, କିନ୍ତୁ ଶବ୍ଦକୁ ଚୁପ୍‌ଚାପ୍ ମୁହଁରେ ଗଠନ କରିବାକୁ ପଡ଼ିବ।

ଏଥିରେ କ୍ୟାମେରା କିମ୍ବା କମ୍ପ୍ୟୁଟରର ୱେବକ୍ୟାମ୍ ଦରକାର ନାହିଁ ବୋଲି କମ୍ପାନୀ କହିଛି।

ସେହିପରି ଏହା ୟୁଜରଙ୍କ କଣ୍ଠସ୍ୱର ଶୁଣି କାମ କରୁନଥିବାରୁ ଟ୍ରାଫିକ୍, ସଙ୍ଗୀତ ବା ଚାରିପାଖର ଶବ୍ଦର ପ୍ରଭାବ କମ୍ ପଡ଼ିବ ବୋଲି ଦାବି କରାଯାଇଛି।

We've raised $1.3M from YC & Afore Capital so you never have to type or speak again.

Typing is slow.

Talking into your computer is awkward.

Subvocal fixes both Our glasses give you the speed of speech without you making a sound or touching a keyboard.

It tracks your internal… pic.twitter.com/nSP4KYpaJs — Aarush Yadav (@AarushYadav47) October 30, 2026 କେତେ ରହିଛି ଦାମ?

Subvocal ଚଷମାର ଲିଷ୍ଟ୍ ପ୍ରାଇସ୍ ୬୯୯ ଡଲାର ରଖାଯାଇଛି।

ତେବେ ଆର୍ଲି ବାର୍ଡ ଗ୍ରାହକଙ୍କ ପାଇଁ ଏହା ୪୯୯ ଡଲାରରେ ରିଜର୍ଭ କରାଯାଉଛି।

ଏଥିପାଇଁ ପ୍ରଥମେ ୧୯୯ ଡଲାର ରିଫଣ୍ଡେବଲ୍ ଡିପୋଜିଟ୍ ଦେବାକୁ ପଡ଼ିବ ଏବଂ ପରେ ବାକି ୩୦୦ ଡଲାର ଦେବାକୁ ହେବ।

ବର୍ତ୍ତମାନ କେବଳ ଆମେରିକାରେ ପେଡ୍ ପ୍ରି-ଅର୍ଡର ଖୋଲା ରହିଛି।

ପ୍ରଥମ ଡିଲିଭରି ୨୦୨୭ର ପ୍ରଥମ ତ୍ରୈମାସିକରେ ଆରମ୍ଭ ହେବ ବୋଲି କମ୍ପାନୀ ଆଶା କରୁଛି।

ତେବେ ଏହା ଏବେବି ବିକାଶ ପର୍ଯ୍ୟାୟରେ ଥିବା ଏକ ପ୍ରୋଡକ୍ଟ।

ଫାଇନାଲ୍ ସ୍ପେସିଫିକେସନ୍ ବଦଳିପାରେ ଏବଂ ୨୦୦ରୁ ଅଧିକ ଶବ୍ଦ ପ୍ରତି ମିନିଟ୍ ଭଳି କମ୍ପାନୀର ଦାବି ବାସ୍ତବ ଜୀବନରେ କେତେ ସଠିକ୍ ହେବ, ତାହା ପ୍ରୋଡକ୍ଟ ବଜାରକୁ ଆସିବା ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।