Odia Language: ନିର୍ଜୀବ ଭିତରେ ଜୀବସତ୍ତାକୁ ଉଜ୍ଜୀବିତ କରିଛନ୍ତି କବିବର ରାଧାନାଥ ରାୟ: ସଂସ୍କୃତି ମନ୍ତ୍ରୀ

Sep 29, 2026 - 20:49
Odia Language: ନିର୍ଜୀବ ଭିତରେ ଜୀବସତ୍ତାକୁ ଉଜ୍ଜୀବିତ କରିଛନ୍ତି କବିବର ରାଧାନାଥ ରାୟ: ସଂସ୍କୃତି ମନ୍ତ୍ରୀ

"ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ କବିବର ସାହିତ୍ୟ ଓ ସେବା ପ୍ରତିଷ୍ଠାନର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ କବିବର ରାଧାନାଥ ରାୟଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି।

ଏହି ଅବସରରେ ଏକ ସାରସ୍ୱତ ସଭା ଓ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।Advertisment ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ନିଜର ଅଭିଭାଷଣରେ ମନ୍ତ୍ରୀ ସୂରଜ କବିବରଙ୍କ ଜୀବନୀ ଓ କବିତା ସମୂହ ଉପରେ ଆଲୋକପାତ କରିବା ସହ ରାଧାନାଥ ରାୟଙ୍କ ସାରସ୍ୱତ କୃତି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତପ୍ରକାଶ କରିଥିଲେ।

ଏଥିସହ ଯୁବ ସାହିତ୍ୟିକମାନଙ୍କୁ କବିବରଙ୍କ ଜୀବନ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଆହ୍ୱାନ ଦେଇଥିଲେ।

କବିବର ରାଧାନାଥ ରାୟଙ୍କ ସାରସ୍ୱତ ସର୍ଜନାରେ ଉତ୍କଳୀୟତା ଓ ଭାରତୀୟତାର ଏକ ଅପୂର୍ବ ସମନ୍ୱୟ ପରିଲକ୍ଷିତ ହୁଏ।

ନିଜର କବିତାରେ କବିବର ଓଡ଼ିଆ ଅସ୍ମିତାକୁ ପ୍ରସ୍ଫୁଟିତ କରିଛନ୍ତି।

ନିଃସ୍ୱକୁ ବିଶ୍ୱ ସହ ସଂଯୋଗ କରିବା ସହ ନିର୍ଜୀବ ମଧ୍ୟରେ ଜୀବସତ୍ତାର ସଞ୍ଚାର କରିଛନ୍ତି କବିବର ରାଧାନାଥ ରାୟ।

କବିବରଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସାହିତ୍ୟ କୃତି ଉତ୍ତରପିଢ଼ି ପାଇଁ ମାର୍ଗଦର୍ଶକ ଭଳି କାର୍ଯ୍ୟ କରୁ ବୋଲି ସଂସ୍କୃତି ମନ୍ତ୍ରୀ କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ, 'ପ୍ରମେୟ'ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର, 'ସୁବାର୍ତ୍ତା'ର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ଼.

ଆଦିକନ୍ଦ ସାହୁ, ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡ଼.

ସଂଘମିତ୍ରା ମିଶ୍ର, ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରମୁଖ 'କାଲି ଓ ଆଜି ଖବରକାଗଜରେ ସାହିତ୍ୟ' ଶୀର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼.

ଚନ୍ଦ୍ର ଶେଖର ହୋତା, କବିବର ସାହିତ୍ୟ ଓ ସେବା ପ୍ରତିଷ୍ଠାନର ସଂପାଦକ ଦେବ ନାରାୟଣ ସେଠୀ, ସଭାପତି ଗୋପୀନାଥ ବାରିକ, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡ଼.

ଅରବିନ୍ଦ ଗିରି ପ୍ରମୁଖ ଆଜିର ସଭାକାର୍ଯ୍ୟରେ ଉପସ୍ଥିତ ଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।