Odisha Administration On High Alert: ଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ‘ଜିରୋ କାଜୁଆଲ୍ଟି’ ଉପରେ ଗୁରୁତ୍ୱ

Sep 23, 2026 - 17:43
Odisha Administration On High Alert: ଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ‘ଜିରୋ କାଜୁଆଲ୍ଟି’ ଉପରେ ଗୁରୁତ୍ୱ

ଗଭୀର ଅବପାତଜନିତ ବର୍ଷାକୁ ନେଇ ରାଜ୍ୟରେ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ଷାଜନିତ ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଜିଲ୍ଲାସ୍ତରରେ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭାବ୍ୟ ବନ୍ୟା ଓ ଅତ୍ୟଧିକ ବର୍ଷା ପରିସ୍ଥିତିରେ ‘ଜିରୋ କାଜୁଆଲ୍ଟି’କୁ ପ୍ରାଥମିକତା ଦେଇ ସମସ୍ତ ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବିଶେଷକରି ବର୍ଷା ପ୍ରଭାବିତ ଓ ସମ୍ଭାବ୍ୟ ବନ୍ୟାପ୍ରବଣ ଅଞ୍ଚଳରେ ପ୍ରଶାସନକୁ ସଜାଗ ରହିବା ସହ ଆବଶ୍ୟକ ସ୍ଥଳରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଉଦ୍ଧାରକାରୀ ଦଳଗୁଡ଼ିକ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛନ୍ତି।

ଜିଲ୍ଲାସ୍ତରରେ ଅଧିକାରୀମାନେ ସମନ୍ୱୟ ରଖି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ପରିସ୍ଥିତି ଅନୁଯାୟୀ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବ।

ଗଭୀର ଅବପାତଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
‘ଜିରୋ କାଜୁଆଲ୍ ଟି’ ଉପରେ ଗୁରୁତ୍ବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ
ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।