Odisha assembly: ଗୃହରେ ଉପସ୍ଥାପନ ହେଲା ଓଡ଼ିଶା ଜନବିଶ୍ବାସ ବିଲ୍-୨୦୨୬
"ଭୁବନେଶ୍ବର: ରାଜ୍ୟରେ ବ୍ୟବସାୟ କରିବା ଯେପରି ସହଜ ହେବ, ନିବେଶକାରୀଙ୍କ ମନରେ କାରାଦଣ୍ଡ, ଅଧିକ ଜରିମାନା, ଏକାଧିକ ଲାଇସେନ୍ସ ନେବାର ଭୟ କି ଚିନ୍ତା ରହିବନି ସେହି ଉଦ୍ଦେଶ୍ୟରେ ଆଜି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ "ଓଡ଼ିଶା ଜନବିଶ୍ବାସ ବିଲ୍,୨୦୨୬" କୁ ବିଧାନସଭାରେ ଉପସ୍ଥାପନ କରିଛନ୍ତି।
Advertisment ଏହି ବିଲ୍ଟି ଉପରେ ଚଳିତ ଅଧିବେଶନରେ କେଉଁ ଦିନ ଆଲୋଚନା କରାଯିବ ସେନେଇ ସମୟ ଧାର୍ଯ୍ୟ କରିବାକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ପ୍ରସ୍ତାବ ରଖିଥିଲେ।
ଏହାପରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ବିଲ୍ଟିକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଛନ୍ତି।
ଏହି ବିଲ୍ କାର୍ଯ୍ୟକାରୀ ହେଲେ କ୍ଷୁଦ୍ର ଓ ବୈଷୟିକ ଅପରାଧ ପାଇଁ ରହିଥିବା ଦଣ୍ଡ ବ୍ୟବସ୍ଥା କୋହଳ ହେବ।
ବିଭିନ୍ନ ଆଇନରେ ଏବେ ବି ଛୋଟ ପ୍ରକ୍ରିୟାଗତ ଓ ବୈଷୟିକ ଉଲ୍ଲଂଘନ ପାଇଁ କାରାଦଣ୍ଡ ଭଳି କଠୋର ବ୍ୟବସ୍ଥା ରହିଛି।
ଏପରି ବ୍ୟବସ୍ଥା ଦ୍ବାରା ରାଜ୍ୟରେ ଅନାବଶ୍ୟକ ଭାବେ ମାମଲା ବଢ଼ୁଥିବାବେଳେ ଗୁରୁତର ଅପରାଧିକ ମାମଲାଗୁଡ଼ିକର ଶୁଣାଣି ପ୍ରଭାବିତ ହେଉଛି।
ତେଣୁ କ୍ଷୁଦ୍ର ଓ ବୈଷୟିକ ଅପରାଧ ପାଇଁ କାରାଦଣ୍ଡ ପରିବର୍ତ୍ତେ ଆର୍ଥିକ ଦଣ୍ଡକୁ ଗୁରୁତ୍ବ ଦିଆଯିବ।
ଏଥିସହ ଦଣ୍ଡର ପରିମାଣକୁ ଯୁକ୍ତିସଙ୍ଗତ ଭାବେ ବୃଦ୍ଧି କରିବା ଓ ପ୍ରଶାସନିକ ବିଚାର ବ୍ୟବସ୍ଥାକୁ ସୁଦୃଢ଼ କରିବାର ପ୍ରସ୍ତାବ ରହିଛି।
ତେବେ ଠକେଇ, ପ୍ରାକୃତିକ ସମ୍ପଦର ଅବୈଧ ବ୍ୟବହାର, ସାଧାରଣ ସୁରକ୍ଷା କିମ୍ବା ପରିବେଶ ପ୍ରତି ଗୁରୁତର ବିପଦ ଭଳି ଅପରାଧ ପାଇଁ କଠୋର ନିୟମ ଲାଗୁ ହେବ।
MoU: ଏସ୍ବିଆଇ ସହ ଓଡ଼ିଶା ଗୃହ ଓ ନଗର ଉନ୍ନୟନ ବିଭାଗର ଏମ୍ଓୟୁ: ସୁଯୋଗ୍ ପ୍ଲାଟଫର୍ମରେ ସହଜ ହେବ ଡିଜିଟାଲ୍ ପେମେଣ୍ଟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।