IIT Bombay: ଆଇଆଇଟି ବମ୍ବେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା: ବାପା-ମା’ଙ୍କ ଆମରଣ ଅନଶନ

Sep 24, 2026 - 22:59
IIT Bombay: ଆଇଆଇଟି ବମ୍ବେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା: ବାପା-ମା’ଙ୍କ ଆମରଣ ଅନଶନ

"ନୂଆଦିଲ୍ଲୀ : ଆଇଆଇଟି ବମ୍ବେର ୨୨ ବର୍ଷୀୟ ବିଟେକ୍‌ ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ଘଟଣାରେ ତାଙ୍କ ବାପା-ମା" ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ଆମରଣ ଅନଶନ ଆରମ୍ଭ କରିଛନ୍ତି ।

ପୁଅକୁ ନିର୍ଯାତନା ଦେଇଥିବା ଅଭିଯୋଗ ଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସେମାନେ ଏହି ଅନଶନ ଆରମ୍ଭ କରିଛନ୍ତି ।

ସାହିଲ ସେପ୍ଟେମ୍ବର ୧୮ରେ ଆଇଆଇଟି ବମ୍ବେର ହଷ୍ଟେଲରେ ମୃତ ଅବସ୍ଥାରେ ମିଳିଥିଲେ ।

ପରୀକ୍ଷା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିଥିବା ନେଇ ତାଙ୍କୁ ପଚରାଉଚରା କରାଯିବା ପରେ ଏହି ଘଟଣା ଘଟିଥିଲା ବୋଲି ପୁଲିସ ତଦନ୍ତ କରୁଛି ।Advertisment Odisha assembly: ଗୃହରେ ଉପସ୍ଥାପନ ହେଲା ଓଡ଼ିଶା ଜନବିଶ୍ବାସ ବିଲ୍‌-୨୦୨୬ ସାହିଲଙ୍କ ବାପା ରବୀନ୍ଦ୍ର ୱାକୋଡେ କହିଛନ୍ତି, ପୁଅ ଆଇଆଇଟିରେ ବାରମ୍ବାର ଜାତିଆଣ ଭେଦଭାବର ଶିକାର ହେଉଥିବା କହିଥିଲା ।

ପୁଅକୁ ନିର୍ଯାତନା ଦେଇଥିବା ଲୋକଙ୍କୁ ଜେଲ୍‌ ପଠାଯିବା ଉଚିତ ।

ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ପରେ ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଘଟଣାର ତଦନ୍ତ ମୁମ୍ବାଇ ପୁଲିସର କ୍ରାଇମ୍‌ ବ୍ରାଞ୍ଚ କରୁଥିବା ବେଳେ ଆଇଆଇଟି ବମ୍ବେ ମଧ୍ୟ ୧୦ ଜଣିଆ କମିଟି ଗଠନ କରିଛି ।

ଦୁଲ୍ଲାଙ୍କୁ ଛୁଟିରେ ପଠାଯାଇଛି ।

ଏହା ମଧ୍ୟରେ ସାହିଲଙ୍କ ବାପା-ମା" ଅନୁସୂଚିତ ଜାତି ପାଇଁ ଜାତୀୟ କମିସନ୍‌ର ଅଧ୍ୟକ୍ଷ କିଶୋର ମାକୱାଣାଙ୍କୁ ଭେଟି ପୁଅର ମୃତ୍ୟୁ ଘଟଣାର ତ୍ବରିତ ତଦନ୍ତ ଦାବି କରି ଦାବିପତ୍ର ଦେଇଛନ୍ତି ।

ଏହା ପୂର୍ବରୁ ଆଇଆଇଟି ବମ୍ବେ ପରିସର ବାହାରେ ଅନଶନ କରିବାକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇ ଆଜାଦ ମଇଦାନରେ ଅନଶନ କରିବାକୁ କହିଥିଲା ।

ଏହାର ଏକ ଦିନ ପୂର୍ବରୁ ସେମାନଙ୍କୁ ଇଚ୍ଛା ବିରୋଧରେ ମୁମ୍ବାଇରୁ ପ୍ରାୟ ୫୫୫ କିମି ଦୂର ୱାସିମ ଜିଲ୍ଲାକୁ ନିଆଯାଇଥିବା ସେମାନେ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗ ସ୍ବତନ୍ତ୍ର ଭାବେ ତଦନ୍ତାଧୀନ ରହିଛି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।